ମହିଳା ସମ୍ବାଦିକ ଗୈାରୀ ଲଙ୍କେଶଙ୍କ ହତ୍ୟାକାଣ୍ଡରେ ଯୁବକଙ୍କୁ ଗିରଫ କଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ : ଅଧିକ ତଦନ୍ତ ପାଇଁ ୬ ଦିନିଆ ରିମାଣ୍ଡରେ ନେଲା ପୋଲିସ

54

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଭାରତୀୟ ମହିଳା ସାମ୍ବାଦିକ ସାମାଜିକ କର୍ମୀ ଗୌରୀ ଲଙ୍କେଶ ଙ୍କୁ ୨୦୧୭ ମସିହାରେ ଦୁବୃତ୍ତ୍ୟମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲେ । ତେବେ ଏହା ଜଣାପଡିବା ପରେ ସାରା ଦେଶରେ ଏହି ଖବର ଗଣମାଧ୍ୟମର ପୃଷ୍ଠ ମୁଣ୍ଡନ କରିଥିଲା । ସେତେବେଳ ସମୟରେ ଗୈାରୀଙ୍କୁ କିଏ ହତ୍ୟା କରିଥିଲା ତାହା ଜଣାପଡିନଥିଲା । ଗୈାରୀ ସାରା ଦେଶରେ ଲୋକପ୍ରିୟ ସାମ୍ବାଦିକ ଥିଲେ । ତେଣୁ ତାଙ୍କର ମୃତ୍ୟୁରେ ଦେଶରେ ଶୋକର ଛାୟା ଖେଳିଯିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଲାଗି ସାଧାରଣରେ ଦାବି ହୋଇଥିଲା । ପରେ ପୋଲିସ ତଦନ୍ତ କରୁଥିଲା । କିନ୍ତୁ ପରେ ଏହି ମାମଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମକୁ ହସ୍ତାନ୍ତର କରିଥିଲା ପୋଲିସ । ଗୈାରୀଙ୍କ ହତ୍ୟାକାଣ୍ଡ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ ଆଇ ଟି) ଆଉ ୨ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଦୁଇଜଣ ହେଉଛନ୍ତି ଊତ୍ତର କର୍ଣ୍ଣାଟକ ହୁବାଲି ଅଞ୍ଚଳର ଗଣେଶ ମୁସ୍କିନ (୨୭ ବର୍ଷ) ଓ ଅମିତ ବାଦି(୨୭ ବର୍ଷ)। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । ତେବେ ଉଭୟଙ୍କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ନେଇଛି।

ଏସଆଟିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ଅଭିଯୁକ୍ତଙ୍କ ଗିରଫ ସହିତ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ମୋଟ୍ ୯ ଜଣଙ୍କୁ ଗିରଫ କରାଯାଇଛି। ୨୦୧୭ ମସିହା ସେପ୍ଟମ୍ବର ୫ ତାରିଖ ସନ୍ଧୃା ବେଳେ ମୋଟର ସାଇକେଲରେ ଆସି ଗୌରୀ ଲଙ୍କେଶଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଗତ ସପ୍ତାହରେ ଏସଆଇଟି ପକ୍ଷରୁ ମୋହନ ନାୟକ ନାମକ ଜଣେ ଆୟୁର୍ବେଦ ଡାକ୍ତରଙ୍କୁ ଗିରଫ କରାଯାଇଥିଲ। ଶ୍ରୀ ନାୟକଙ୍କ ଗିରଫ ପରେ ତାଙ୍କ ସହିତ ସମ୍ପୃକ୍ତ ଗଣେଶ ଓ ଅମିତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏସଆଇଟି ନବୀନ କୁମାର, ସୁଜିତ କୁମାର, ଅମୋଲ କାଲେ, ଅମିତ ଦିଘଓ୍ଵିକର, ମନୋହର ୟେଦଭେ ଓ ପର୍ଶୁର୍ରାମ ଓ୍ଵାଘମାରେଙ୍କୁ ଗିରଫ କରିଥିଲା। ଅମୋଲ ଠାରୁ ଜବତ ଏକ ଡାଏରିରୁ ମୋହନ ନାୟକଙ୍କ ବିଷୟରେ ସୂଚନା ପାଇ ଏସଆଇଟି ତାଙ୍କୁ ଗିରଫ କରିଥିଲା।

ତେବେ ଭାରତରେ ସାମ୍ବାଦିକମାନଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯାଇଥିବାରୁ ଦେଶର ସମସ୍ତ ସାମ୍ବାଦିକ ସଂଘ ପକ୍ଷରୁ ଗୈାରୀଙ୍କ ହତ୍ୟାକାରୀକୁ ଧରିବା ସହ କଠୋର ଦଣ୍ଡ ବିଧାନ କରିବା ଲାଗି ଦାବୀ କରାଯାଉ ଥିଲ । ତେଣୁ ପୋଲିସ ଜଣକ ପରେ ଜଣେ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ତେବେ ଅପରାଧୀଙ୍କୁ ରିମାଣ୍ଡରେ ନେଇ ସେମାନେ କାହିଁକି ତାଙ୍କୁ ହତ୍ୟା କରିଥିଲେ ତାହା ଜଣାପଡିବ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।