ନନ୍ଦନକାନନର ନୂଆ ଅତିଥି : ମା’ ହେଲା ପମ୍ପେଟା, ସିମ୍ପାଞ୍ଜି ସଂଖ୍ୟା ୫କୁ ବୃଦ୍ଧି ପାଇଲା

4

କନକ ବ୍ୟୁରୋ : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସୀ ଖବର । ୬୦ ନମ୍ବର ‘କ’ ଖୁଆଡ ମଧ୍ୟରେ ରହୁଥିବା ସିମ୍ପାଞ୍ଜି ପମ୍ପେଟା ତା ଷଷ୍ଠ ଗର୍ଭରୁ ଜୁଲୁ ଔରସର ସନ୍ତାନକୁ ଜନ୍ମ ଦେଇଛି । ଶାବକଟି ମାଈ ବୋଲି ଜଣା ପଡିଛି । ନନ୍ଦନକାନନର ମୋଟ ସିମ୍ପାଞ୍ଜି ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ଜୁଲୁ,ପମ୍ପେଟା,ପୂର୍ଣ୍ଣିମା,ରାକ୍ଷୀ ଓ ଜନ୍ମିତ ଶାବକଟି ଅଛି । ପମ୍ପେଟା ଜନ୍ମ ଦେଇଥିବା ଶାବକ ମାନଙ୍କ ମଧ୍ୟରୁ ୩ଟିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପୂର୍ଣ୍ଣିମା ଏବେ ନନ୍ଦନକାନନରେ ଅଛି । ରାକ୍ଷୀ ନାମକ ସନ୍ତାନକୁ ଜିରାଫ ପ୍ରତି ବଦଳରେ ପାଟନା ଚିଡିଆଖାନାକୁ ନନ୍ଦନକାନନ କର୍ତୁପକ୍ଷ ପଠାଇ ଦେଇଛନ୍ତି ।

ପମ୍ପେଟା ପ୍ରଥମେ ୧୯୯୮ ମେ ୧୨ ତାରିଖରେ ବର୍ଷାକୁ ଜନ୍ମ ଦେଇଥିଲା। ମାତ୍ର ୬ ମାସ ପରେ ତାର ମୃତ୍ୟୁ ହୋଇଯାଇଥିଲା। ପମ୍ପେଟା ଗର୍ଭରୁ ପୂର୍ବରୁ ଜନ୍ମ ନେଇଥିବା ୫ଟି ଶାବକଙ୍କ ମଧ୍ୟରୁ ୩ଟିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ପୂର୍ଣ୍ଣିମା ଏବେ ଜୀବିତ ଥିବା ଅଛି ଏବଂ ଅନ୍ୟ ଏକ ସିମ୍ପାଞ୍ଜି ସୁଭଦ୍ରାକୁ ପାଟନା ପଠାଯାଇଛି।

Comments are closed.