ଗୋରଖପୁର ଶିଶୁ ମୃତ୍ୟୁ ଘଟଣାର ଆସିଲା ତଦନ୍ତ ରିପୋର୍ଟ ! ଅକ୍ସିଜେନ୍ ଯୋଗାଣକାରୀ କଂପାନୀର ଦାୟିତ୍ୱହୀନତାରୁ ଅଘଟଣ

32

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଗୋରଖପୁର ରାଘବ ଦାସ ମେଡିକାଲ କଲେଜ ଶିଶୁ ମୃତ୍ୟୁ ଘଟଣାର ଆସିଲା ତଦନ୍ତ ରିପୋର୍ଟ । ବିଆରଡି ମେଡିକାଲ କଲେଜକୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଣକାରୀ କଂପାନୀ ଏଥିପାଇଁ ଦାୟୀ ବୋଲି ରିପୋର୍ଟରୁ ଜଣାପଡିଛି । ଅକ୍ସିଜେନ୍ ଯୋଗାଣକାରୀ କଂପାନୀ ପୁଷ୍ପା ସେଲ୍ସର ଅକ୍ସିଜେନ୍ ୟୁନିଟର ଇନଚାର୍ଜ ଡକ୍ଟର ସତୀଶଙ୍କ ଦାୟିତ୍ୱହୀନତାକୁ ଏଥିପାଇଁ ଦାୟୀ କରାଯାଇଛି ।

ଘଟଣା ସଂପର୍କରେ ଡକ୍ଟର ସତୀଶଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅକ୍ସିଜେନ୍ ଯୋଗାଣକାରୀ କଂପାନୀର ପାଉଣା ପଇଠ ନହେବା ପଛରେ ଆର୍ଥିକ ଅନିୟମିତତା ଉଦ୍ଦେଶ୍ୟ ସଂପର୍କରେ ମଧ୍ୟ ରିପୋର୍ଟରେ କୁହାଯାଇଛି । ତେବେ ନୀରିହ ଶିଶୁଙ୍କ ଜୀବନର ଗୁରୁତ୍ୱ ଦୃଷ୍ଟିରୁ ଅକ୍ସିଜେନ୍ ସପ୍ଲାଇ ବନ୍ଦ କରିବା ଉଚିତ ନଥିଲା ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ତଦନ୍ତ କରୁଥିବା ଜିଲ୍ଲା ଅଧିକାରୀ ।

ଉତ୍ତରପ୍ରଦେଶ ଗୋରଖପୁର ସ୍ଥିତ ବାବା ରାଘବ ଦାସ ମେଡିକାଲ କଲେଜରେ ଗତ ୫ ଦିନ ତଳେ ଲିକ୍ୟୁଡ୍ ଅକ୍ସିଜେନ ଅଭାବରୁ ୪୮ଘଂଟା ମଧ୍ୟରେ ୩୦ ଜଣ ଶିଶୁଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିିବା ଅଭିଯୋଗ ହୋଇଥିଲା । ଏ ନେଇ ମେଡିକାଲ କଲେଜ୍ ଅଧ୍ୟକ୍ଷ ମଧ୍ୟ ନିଲମ୍ବିତ ହୋଇଥିଲେ । ଯାହାକୁ ନେଇ ସାରା ଦେଶରେ ଯୋଗୀ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା ।