ଆଜି ପାରଳା ଆସୁଛନ୍ତି ଗୋପୀନାଥ ଗଜପତିଙ୍କ ଝିଅ : ବାପାଙ୍କ ଆରୋଗ୍ୟ କାମନା ପାଇଁ କରିବେ ପୂଜାର୍ଚ୍ଚନା

38

କନକ ବ୍ୟୁରୋ : ପାରଳା ଆସୁଛନ୍ତି ରାଜକୁମାରୀ। ରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ ଆଜି ପାରଳାଖେମୁଣ୍ଡି ଆସିବେ। ବାପା ଗୋପୀନାଥ ଗଜପତିଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ପୂଜାର୍ଚନା କରିବେ କଲ୍ୟାଣୀ ଦେବୀ।

ଦୀର୍ଘବର୍ଷ ପରେ ପାରଳାଖେମୁଣ୍ଡିକୁ ଆସୁଛନ୍ତି ରାଜକୁମାରୀ। କଲ୍ୟାଣୀ ଦେବୀ ଅବିବାହିତ ଥିବା ବେଳେ ବର୍ତମାନ ଚେନ୍ନାଇରେ ରହୁଛନ୍ତି। ସେପଟେ ବାପା ଚେନ୍ନାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଏପଟେ ଝିଅ ଆସୁଛନ୍ତି ପାରଳାଖେମୁଣ୍ଡି। ରାଜପରିବାର ସମ୍ପତିକୁ ନେଇ ବିବାଦ ଲାଗିରହିଥିବା ବେଳେ ଝିଅ କଲ୍ୟାଣୀ ଦେବୀଙ୍କ ପାରଳା ଗସ୍ତକୁ ନେଇ ଜୋର ଧରିଛି ଚର୍ଚା ।