ଦୂତିଙ୍କ ଦୁର୍ଦ୍ଦିନରେ ସାହାରା ବନିଥିବା ଗୋପୀଚାନ୍ଦ ତାଙ୍କ ପ୍ରଶଂସାରେ ହେଲେ ଶତମୁଖ, କହିଲେ- ତାଙ୍କର ସାହାସ ଓ ସଂକଳ୍ପକୁ ସଲାମ

21

ଡୋପିଙ୍ଗ ପାଇଁ ପ୍ରତିବନ୍ଧକ ସହିଥିବା ଓ ପୁଣି ଫେରି ମଂଚ ଉପରକୁ ଆସିବା ଠାରୁ ଏସିଆନ ଗେମ୍ ରେ ସିଲଭର ମେଡାଲ ପର୍ଯ୍ୟନ୍ତ ଦୂତିଙ୍କ ଯାତ୍ରା କୈାଣସି କରିଶ୍ମା ଠାରୁ କମ୍ ନୁହେଁ । ବର୍ଷ ୨୦୧୪ରେ ଟେଷ୍ଟୋଷ୍ଟେରୋନ୍ ଔଷଧର ଅତ୍ୟଧିକ ସେବନ ମାମଲାରେ ଫସିବା ପରେ ତାଙ୍କୁ ଆଇଏଏଏଏଫ ତରଫରୁ ପ୍ରତିବନ୍ଧକ ଲଗାଯାଇଥିଲା । କିନ୍ତୁ ପରେ ଖେଳର ପଂଚ ଫଇସଲାରେ ଆବେଦନ କରି ଏହି ପ୍ରତିବନ୍ଧକ ବିରୁଦ୍ଧରେ ବିଜୟ ହାସଲ କରିଥିଲେ । ଯେଉଁ ସମୟରେ ସେ ପ୍ରତିବନ୍ଧକ ଦେଇ ଅତିକ୍ରମ କରୁଥିଲେ, ସେତେବେଳେ କେହି ବି ତାଙ୍କୁ ସମର୍ଥନ କରିନଥିଲେ । ଏମିତି ସମୟରେ ଜାତୀୟ ବ୍ୟାଡମିଣ୍ଟନର ମୁଖ୍ୟ କୋଚ୍ ପୁଲେଲା ଗୋପିଚାନ୍ଦ ତାଙ୍କୁ ସାହାରା ଦେଇଥିଲେ ।

ଦୂତି ଚାନ୍ଦ ଯେତେବେଳେ ଏସିଆନ ଗେମ୍ସରେ ୧୦୦ ମିଟର ଦୈାଡ଼ରେ ଦ୍ୱିତୀୟ ସବୁଠାରୁ ଦ୍ରୁତ ମହିଳାର ଉପାଧି ହାସଲ କଲେ, ସେତେବେଳେ ଗୋପୀଚାନ୍ଦ ବି ଜାକର୍ତ୍ତାରେ ଥିଲେ ଓ ବହୁତ ଖୁସି ଥିଲେ । ଗୋପୀଚାନ୍ଦ କହିଲେ , “ଆଜି ମୋ ପାଇଁ ବହୁତ ଖୁସିର ଦିନ । ଦୂତି ଯାହା ହାସଲ କଲେ, ତାହା ଆମ ସବୁ ଖେଳାଳୀଙ୍କ ପାଇଁ ପ୍ରେରଣା ।” ଦୂତିଙ୍କ ପ୍ରଶଂସାରେ ସେ କହିଲେ, “ କେହି ବି ତାଙ୍କର ସଂକଳ୍ପ ଓ ସାହାସକୁ ସଲାମ କରିପାରିିବ । ମତେ ସଂପୁର୍ଣ୍ଣ ଭରସା ଅଛି ଯେ, ଦୂତି ସେମାନଙ୍କ ପାଇଁ ରୋଲ ମଡେଲ, ଯେଉଁମାନେ ମୁସ୍କିଲରେ ଆଗକୁ ବଢ଼ିବାକୁ ଚାହାଁନ୍ତି ।” ଦୂତି ୧୦୦ ମିଟର ମହିଳା ଦୈାଡ଼ରେ ଦେଶକୁ ପାଖାପାଖି ୨୦ ବର୍ଷ ପରେ ପଦକ ଜିତାଇଲେ । ଏହି ସ୍ପର୍ଧାରେ ଶେଷ ଥର ବର୍ଷ ୧୯୯୮ରେ ଏସିଆନ ଗେମ୍ସରେ ରଚିତା ମିସ୍ତ୍ରୀ କାଂସ୍ୟ ପଦକ ଜିତିଥିଲେ । ୨୨ ବର୍ଷୀୟ ଦୂତିଙ୍କ ଏହା ପ୍ରଥମ ଏସିଆନ ଗେମ୍ସ ।