ଦୂତିଙ୍କୁ ନେଇ ଗୋପୀଚାନ୍ଦଙ୍କ ବଡ ବୟାନ: ନିଲମ୍ବନ ସମୟରେ କହିଥିଲେ, ଭାରତ ଦୂତିଙ୍କ ଭଳି ଆଥଲେଟଙ୍କୁ ନ ହରାଉ 

50

କନକ ବ୍ୟୁରୋ: ୨୦୧୪ ମସିହାରେ ଦୂତି ଚାନ୍ଦ ଆଇଏଏଏଫ ଦ୍ୱାରା ନିଲମ୍ବନ ହେବା ପରେ କ୍ୟାସ, କୋର୍ଟ ଅଫ ଆରବିଟ୍ରେସନ ଫର ସ୍ପୋର୍ଟସ ତାଙ୍କର ସମସ୍ତ ଦୋଷକୁ କ୍ଷମା କରିଥିଲେ । ଆଉ ଏହି ସମୟରେ ବ୍ୟାଡମିଂଟନ ଖେଳାଳି ପୁଲେଲା ଗୋପିଚାନ୍ଦ କହିଥିଲେ ଭାରତ ଦୂତି ଚାନ୍ଦଙ୍କ ଭଳି ଆଥଲେଟକୁ ନ ହରାଉ । ଦୁତିଙ୍କ ପାଇଁ ତାଙ୍କ ଦ୍ୱାର ଖୋଲାରହିଛି ।

ଗୋପିଚାନ୍ଦଙ୍କ କୋଚ ଏମ ରମେଶ ଏ ସଂକ୍ରାନ୍ତରେ ଫୋନ କରି ଗୋପିଚାନ୍ଦଙ୍କୁ କହିବା ପରେ ଗୋପିଚାନ୍ଦ ଦୂତିଙ୍କୁ ନେଇ ଅଧିକ ଆଶାବାଦୀ ହୋଇଥିଲୋ ଆଉ କିଛି ଚିନ୍ତା ନ କରି ଦୂତିଙ୍କ ପ୍ରଶିକ୍ଷଣରେ ସହାୟତାର ହାତ ବଢାଇଥିଲେ । ଏହାପରେ ଦୂତି ଚାନ୍ଦଙ୍କ କ୍ୟାରିୟରରେ ଏକ ନାଟକୀୟ ପରିବର୍ତନ ଆସିଥିଲା । ଯାହାର ପରିଣାମ ହେଉଛି ଏସିଆ ଗେମ୍ସରେ ଦୂତି ଏସିଆ ଦ୍ୱିତୀୟ ଦ୍ରୁତ ଧାବିକା ଭାବେ ସୁନାମ ଅର୍ଜନ କଲେ ।

୨୦୧୪ ଜୁନ ମାସରେ ଦୂତି ଚାନ୍ଦଙ୍କ କ୍ୟାରିୟରରେ କଳାବାଦଲ ସେତେବେଳେ ଘୋଟେଇ ଆସିଥିଲା ଯେତେବେଳେ ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ, ଏଏଫ ଆଇ ଦୂତିଙ୍କୁ ଲିଙ୍ଗଗତ ପରୀକ୍ଷା ପାଇଁ ସମନ କରିଥିଲେ । ତାଙ୍କ ନିକଟରେ ପୁରୁଷ ହରମୋନ ଅଧିକ ଥିବାରୁ ଲିଙ୍ଗକୁ ନେଇ ପ୍ରଶ୍ନ ଉଠିଥିଲା । ବିନା କିଛି ପରୀକ୍ଷାରେ ହିଁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଫଳରେ ଦୂତି ଗ୍ଲାସଗୋ କମନୱେଲ୍ଥ ଗେମ୍ସ ଖେଳିବାରୁ ବଂଚିତ ହୋଇଥିଲେ ।