ଆସନ୍ତା ୨୪ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ !

25

କନକ ବ୍ୟୁରୋ : ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ରଙ୍ଗୀନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏନେଇ ବୈଠକ ବି ବସିଛି । ମହୋତ୍ସବର ୫ଦିନରେ ବଲିଉଡ କଳାକାରଙ୍କ ଧୁମ୍ ଦେଖିବାକୁ ମିଳିବ । ହିମେଶ ରେଶମିୟା, ନେହା କକ୍କର, ଅନନ୍ୟା ନନ୍ଦ, ଇଣ୍ଡିଆନ ଆଇଡଲ ବିଜେତା ରେଭନ୍ତ ଓ ହାସ୍ୟ କଳାକାର ଭିଆଇପି ଏବଂ ଏମକେ ଡାନ୍ସ ଗ୍ରୁପର ଜଲୱା ଦେଖିବାକୁ ମିଳିବ । ଏହାସହ ଗଂଜାମ ଓ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ସହ ପଲ୍ଲିଶ୍ରୀ ମେଳା, ମୀନା ବଜାର ଓ ଖାଦ୍ୟର ପସରା ଲାଗିବ । ମହୋତ୍ସବ ପାଇଁ ପାର୍କି, ସୁରକ୍ଷା ଓ ଆଲୋକିକରଣ ଆଦିକୁ ବେଶ ଗୁରୁତ୍ୱ ଦିଆଯାଇଛି ।