ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୭ ! ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଲେ କଣ୍ଠଶିଳ୍ପୀ ଅନନ୍ୟା ଓ ସତ୍ୟଜିତ୍

76

କନକ ବ୍ୟୁରୋ : ଉଦଘାଟିତ ହୋଇଛି ଗୋପାଳପୁର ବେଳଭୂମି ମହୋତ୍ସବ ୨୦୧୭ । ଏଥିରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାତ୍ର କହିଥିଲେ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ଅନନ୍ୟ ଶ୍ରୀତମ ନନ୍ଦ ଓ ସତ୍ୟଜିତ୍ ଜେନା । ଅପରାହ୍ନରେ ଜଳକ୍ରୀଡା, ବାଲୁକା କଳାକୃତି, ପର୍ଯ୍ୟଟନ୍ ଷ୍ଟଲ୍, ପଲିଶ୍ରୀ ମେଳା ଏବଂ ଫୁଡ୍ କୋର୍ଟ ଉଦଘାଟିତ ହୋଇଥିବା ବେଳେ ସାଢେ ୪ଟାରେ ସାଂସ୍କୃତିକ ଆସର ଆରମ୍ଭ ହୋଇଥିଲା । ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଅନନ୍ୟାଙ୍କ କଣ୍ଠରୁ ।

 

 

 

 

 

 

ଏହାପରେ ପରେ ସତ୍ୟଜିତଙ୍କ ଗୀତରେ ଝମୁଥିଲେ ଦର୍ଶକ । ସଂସ୍କୃତିକ ଆସରର ଶେଷ ଭାଗରେ ପରିବେଷଣ ହୋଇଥିଲା ବ୍ରହ୍ମପୁର, ଛତ୍ରପୁର ଓ ଭଂଜନଗର ଅଂଚଳର ବିଭିନ୍ନ ଡ୍ୟାନ୍ସ ଗ୍ରୁପ୍ ନୃତ୍ୟଶିଳ୍ପୀଙ୍କ ଡ୍ୟାନ୍ସ । ଯାହା ଶିତୁଆ ରାତିରେ ବେଶ କିଛି ଘଂଟା ପାଇଁ ଗୋପାଳପୁର ବେଳଭୂମିରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ । ଗୋପାଳପୁର ମହୋତ୍ସବ ଆହୁରି ୪ ଦିନ ଧରି ଜମିବ ।

ସଂଧ୍ୟାରେ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଡିଆର୍‌ଡିଏ ପିଡି ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।