ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୬ : ଆଜିର ମୁଖ୍ୟ ଆକର୍ଷଣ ବଲିଉଡ ସିଙ୍ଗର କୁନାଲ ଗଞ୍ଜୱାଲା

54

କନକ ବ୍ୟୁରୋ: ସୁନ୍ଦର ପରିବେଶ ସାଙ୍ଗକୁ ମୁକ୍ତ ରଙ୍ଗମଂଚରେ ଉଦଘାଟିତ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୬ । ଉଚ୍ଚ ଶିକ୍ଷାମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହୋତ୍ସକୁ ଉଦଘାଟନ କରିଥିଲେ । ଆଜି ମହୋତ୍ସବର ମୁଖ୍ୟ ଆକର୍ଷର ହେବ ବଲିଉଡ ସିଙ୍ଗର କୁନାଲ ଗଞ୍ଜୱାଲା ।

ପ୍ରଥମ ସଂଧ୍ୟାରେ ଓଡିଶୀ ନୃତ୍ୟ ଓ ଓଡିଆ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ସଂଗୀତରେ ଝୁମିଥିଲେ ଦର୍ଶକ । ଏହି ମହୋତ୍ସବ ଆସନ୍ତା ୨୮ତାରିଖ ଯାଏଁ ଚାଲିବ । ପର୍ଯ୍ୟଟକଙ୍କ ଭିଡ଼କୁ ଆଖିରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ଗତ କିଛି ବର୍ଷ ହେଲା ଗୋପାଳପୁର ଓ ବେଳାଭୂମିର ବିକାଶ ସାଙ୍ଗକୁ ଜିଲ୍ଲାର ସଂସ୍କୃତି ଓ ଲୋକକଳାର ପ୍ରଚାର, ପ୍ରସାର ପାଇଁ ଏହି ମହୋତ୍ସବ ଅୟୋଜନ କରାଯାଉଛି ।