ଆସନ୍ତାକାଲି ଠାରୁ ଗୋପାଳପୁର ବିଚ ଫେଷ୍ଟିଭାଲ ! ସଂଧ୍ୟାକୁ ରଙ୍ଗୀନ କରିବ ଓଲିଉଡ ଓ ବଲିଉଡ ଷ୍ଟାରଙ୍କ ଉପସ୍ଥିତି

41

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହେଉଛି । ଏଥିପାଇଁ ବେଳାଭୂମିରେ ଚାଲିଥିବା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ସବୁବର୍ଷ ଓଲିଉଡ କଳାକାରଙ୍କ ଧମକା ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକୃଷ୍ଟ କରିବା ପାଇଁ ମୁମ୍ବାଇରୁ ଆସିବେ ବଲିଉଡ କଳାକାର । ଏଥର ସାଂସ୍କୃତିକ ସଂଧ୍ୟାରେ ଦର୍ଶକଙ୍କ ମନ ଜିଣିବେ ହିମେଶ ରେଶମିଆ, ନେହା କକର ଓ ବଲିଉଡର ହାସ୍ୟକଳାକାର ବୋଲି ସୂଚନା ଦେଇଛନ୍ତି ଆୟୋଜକ କମିଟି ।

ଆସନ୍ତା ୨୪ ତାରିଖରେ ଇଣ୍ଡିଆନ ଆଇଡ଼ଲ ଫେମ ଅନନ୍ୟା ତାଙ୍କ କଣ୍ଠର ଯାଦୁ ଦେଖାଇବେ । ସେହିପରି ୨୫ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ । ୨୬ ତାରିଖରେ ଏମଜେ ଫାଇଭ ଓ ହାସ୍ୟକଳାକାର ଭିଆଇପି ତାଙ୍କ କଳା ପ୍ରଦର୍ଶନ କରିବେ । ସେହିପରି ୨୭ ତାରିଖରେ ନିଜ ମତୁଆଲା କଣ୍ଠରେ ଦର୍ଶକଙ୍କ ମନ ଜିଣିବେ ବଲିଉଡ କଣ୍ଠଶିଳ୍ପୀ ନେହା କକର । ୨୮ ତାରିଖରେ ଇଣ୍ଡିଆନ ଆଇଡଲ ଫେମ ଏଲଭି ରେଭନ୍ତ ନିଜ ଜଲୱା ଦେଖାଇବେ । ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ୨୮ ତାରିଖ ଯାଏଁ ଚାଲିବ ।