ଉପରାଷ୍ଟ୍ରପତି ନିର୍ବାଚନ : ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

79

କନକ ବ୍ୟୁରୋ: ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ମହାତ୍ମା ଗାନ୍ଧିଙ୍କ ନାତି ଭାବେ ସ୍ୱତନ୍ତ୍ର ପରିଚୟ ଥିବା ଗୋପାଳକୃଷ୍ଣଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମିଳିତ ବିରୋଧୀଦଳ ବୈଠକରେ ନିଷ୍ପତି ନିଆଯାଇଛି । ଆଜି ଦିଲ୍ଲୀରେ ବସିଥିବା ଅଣ ଏନଡିଏ ଦଳ ଗୁଡିକର ଗୁରୁତ୍ୱପୂର୍ଣ ବୈଠକରେ ଗୋପାଳକୃଷ୍ଣଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ସଂପର୍କରେ ସହମତି ପ୍ରକାଶ ପାଇଛି ।

ତେବେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଅପିଲ କରିବା ପରେ ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜେଡିୟୁ, ଆର୍ଜେଡି, ଟିଏମସି ଓ ବାମଦଳ ସମେତ ମୋଟ ୧୮ଟି ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ଅନ୍ୟପଟେ ଏଯାଏଁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଏନ୍ଡିଏ ନେତୃତ୍ୱାଧିନ ବିଜେପି ।