ସଡ଼କ ଦୁର୍ଘଟଣାରେ ଅଚଳ ହୋଇପଡ଼ିଥିଲା ଶରୀରର ଅଧା ଅଂଶ ! ହାର ନମାନି ହ୍ୱିଲଚେୟାରରେ ବସି ବସି ମାଗଣାରେ ଗରିବ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଗୋପାଲ ଖଣ୍ଡେଲୱାଲ

38

ପୃଥିବୀରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ରାସ୍ତା ଉପରେ ଯାଉଛି । କାରଣ ସଡ଼କ ଦୁର୍ଘଟଣା ମହାମାରୀ ବ୍ୟାଧି ଭଳି ମାଡ଼ିଚାଲିଛି । ତେବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପାଇଁ ଆଗକୁ ବଢ଼ିବା ବେଳେବେଳେ କଷ୍ଟକର ହୋଇପଡ଼େ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକେ ମନୋବଳ ହରାଇ ପଡ଼ନ୍ତି । ସାହାସ କରି ଆଗକୁ ଆଗେଇବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରେ ନାହିଁ । ତେବେ କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ଏପରି କଷ୍ଟକର ମୁହୂର୍ତ୍ତକୁ ପଛରେ ପକାଇ ଆଗକୁ ଆଗେଇ ଯାହାନ୍ତି । ଏପରି ଜଣେ ବ୍ୟକ୍ତି ହେଲେ ବନାରସର ଗୋପାଲ ଖଣ୍ଡେଲୱାଲ । ଏକ ସଡ଼କ ଦୁର୍ଘଟଣାରେ ୧୮ ବର୍ଷ ପୂର୍ବରୁ ଶରୀରର ଅଧା ଅଂଶ ହରାଇଥିଲେ ଗୋପାଳ ଖଣ୍ଡେଲୱାଲ । ସେ ନିଜେ ଚାଲି ପାରୁନଥିିଲେ ମଧ୍ୟ ଅନ୍ୟ ପାଇଁ ଏବେ ସାହାରା ପାଲଟିଛନ୍ତି । ହଜାର ହଜାର ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ଗରିବ ପିଲାଙ୍କୁ ଶିକ୍ଷାଦାନ କରିବା ସହ ଜରୁରୀ ସମୟରେ ମାଗଣାରେ ଚିକିତ୍ସା ମଧ୍ୟ କରନ୍ତି ।

ଗୋପାଳ ଖଣ୍ଡେଲୱାଲଙ୍କ ବନାରସର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏବେ ତାଙ୍କ ବୟସ ୪୮ ବର୍ଷ । ଯେତେବେଳ ତାଙ୍କୁ ୨୭ ବର୍ଷ ହୋଇଥିଲା ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କର ଅଂଟା ତଳର ପୁରା ଅଂଶ ପାରାଲାଇଜ୍ ହୋଇଗଲା । ୩ ବର୍ଷ ଧରି ସେ ଚିକିତ୍ସିତ ହେଲେ । ତେବେ ଚିକିତ୍ସା ସମୟରେ ଜୀବନ ଯେପରି ତାଙ୍କୁ ବୋଝ ପରି ଲାଗୁଥିଲା । ତେବେ ସେତିକିବେଳେ ତାଙ୍କ ସାଙ୍ଗ ତାଙ୍କୁ ସାହାଯ୍ୟ କଲେ । ନିଜ ଗାଁରେ ଏକ ଘର ତିଆରି କରି ରହିବାର ବ୍ୟବସ୍ଥା କରାଇଲେ । ବସି ବସି ଜୀବନ ଅତିବାହିତ କରିବା ତାଙ୍କ ପାଇଁ ଭାରି କଷ୍ଟକର ହୋଇପଡ଼ୁଥିଲା । ଆଉ ସେତିକିବେଳେ ମନରେ ଚିନ୍ତା ଆସିଲା ଖାଲି ବସିବା ଅପେକ୍ଷା ପିଲାଙ୍କୁ ପଢ଼ାଇବା ଭଲ ହେବ । ଆଉ ସେବେଠାରୁ ସେ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ ।

ସେ ଏବେ ଛୋଟ ଛୋଟି ପିଲାଙ୍କୁ ପଢ଼ାଇବା ସହ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଦିନ ସାରା ହ୍ୱିଲଚେୟାରରେ ବସି ବସି ପିଲାଙ୍କୁ ପାଠ ପଢ଼ାନ୍ତି । ବସି ବସି ପିଲାଙ୍କୁ ପାଠ ପଢ଼ାଇ ବହୁତ ଖୁସି ଅଭୁଭବ କରୁଛନ୍ତି ବୋଲି କହୁଛନ୍ତି । ଆଜି ବି ନିଜ ଗୋଡ଼ରେ ଚାଲିବା ପାଇଁ ସେ ସକ୍ଷମ ନୁହଁନ୍ତି । କିନ୍ତୁ ତାଙ୍କର ଏହି ଅକ୍ଷମତା ତାଙ୍କ କାମରେ କେବେ ବାଧା ସୃଷ୍ଟି କରିପାରିନି । ଗୋପାଲଙ୍କ ଏହି ମହତ କାମ ପାଇଁ ତାଙ୍କୁ ସମସ୍ତେ ସଲାମ କରୁଛନ୍ତି । ଆଖପାଖ ଗାଁରୁ ମଧ୍ୟ ପିଲାମାନେ ତାଙ୍କୁ ପାଖକୁ ପଢ଼ିବା ପାଇଁ ଆସୁଛନ୍ତି ।