ବଢୁଛି ନିର୍ବାଚନୀ ହିଂସା ! ରାତି ଅଧରେ ପୁରୀ ଗୋପରେ ବିଜେଡି ପାର୍ଟ ଅଫିସ ଜାଳି ଦେଲେ ଦୁବୃର୍ତ

56

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଗୋପ ବ୍ଳକ ବଡତରା ପଂଚାୟତରେ ଜୋର ଧରିଛି ବିଜେଡି ଗୋଷ୍ଠୀ ବିବାଦ । କାଲି ବିଳମ୍ବିତ ରାତିରେ ଗଡରୁପାତ ଗାଁରେ ଥିବା ବିଜେଡି ଅଫିସକୁ ଜାଳି ଦେଇଛନ୍ତି ଦୁର୍ବୃତ । ନିମାପଡ଼ା ବିଧାୟକ ସମୀର ଦାଶ ଓ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟରେ ଛକାପଂଝା ଚାଲିଛି । ଦିନକ ପରେ ପଚାଂୟତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡିବ ଭୋଟ । ଭୋଟ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ହିଂସା ସେହି ଅନୁପାତ ବଢିଚାଲିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :