ଏବେ ନିଜ ଭାଷା କହି ଗୁଗୁଲରେ କରନ୍ତୁ ସର୍ଚ୍ଚ ! ଯୋଡ଼ି ହେଲା ୮ଟି ଭାରତୀୟ ଭାଷା

79

ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନି ଗୁୁଗଲର ଭଏସ ସର୍ଚ୍ଚ ଫିଚରରେ ସାମିଲ ହେଲା ୮ଟି ଭାରତୀୟ ଭାଷା । ନିଜର ଭଏସ ସର୍ଚ୍ଚ ଫିଚରରେ ବଙ୍ଗାଳୀ, ମାଲାୟଲମ ଓ ତାମିଲ ଭାଷା ସମେତ ୮ଟି ଭାରତୀୟ ଭାଷାକୁ ସାମିଲ କରିଛି ଗୁଗୁଲ । ଏହି ଭାଷାରେ କିଛି ବି ଶବ୍ଦ କହି ଆପଣ ଅନଲାଇନ ବିଷୟବସ୍ତୁ ସର୍ଚ୍ଚ କରିପାରିବେ । ପୂର୍ବରୁ ଭଏସ ସର୍ଚ୍ଚ ଫିଚର, କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ସ ଥିଲା । କମ୍ପାନି ଆଜି ଏଥିରେ ଗୁଜୁରାଟୀ , କନ୍ନଡ଼, ମରାଠୀ, ତେଲୁଗୁ ଓ ଉର୍ଦ୍ଦୁ ସମେତ ୮ ଟି ନୂଆ ଭାଷାକୁ ସାମିଲ କରିଛନ୍ତି ।

ଗୁଗୁଲର ଜଣେ ଅଧିକାରୀ ଏକ ଭିଡ଼ିଓ କନଫରେନ୍ସ ଜରିଆରେ ସମ୍ବାଦଦାତାଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ଠାରୁ ଏହି ଭାଷାରେ କହିବା ଦ୍ୱାରା ଆଣ୍ଡ୍ରଏଡ଼ରେ ଜିବୋର୍ଡ଼ ଓ ଗୁଗୁଲ ଆପ ଜରିଆରେ ସର୍ଚ୍ଚ କିର ନିଜ ପ୍ରଶ୍ନର ଜବାବ ପାଇପାରିବେ । ସରଳ ଭାଷାରେ କହିବାକୁ ଗଲେ ନିଜ ଇଚ୍ଛା ଅନୁସାରେ ସର୍ଚ୍ଚ କିରବା ପାଇଁ ଆଉ ଆପଣଙ୍କୁ ଲେଖିବା ପାଇଁ ପଡ଼ିବ ନାହିଁ ।

ସେ କହିଚନ୍ତି, ଭଏସ ତଥା ସ୍ୱର ଆଧାରିତ ସର୍ଚ୍ଚ ଫିଚର ପାଇଁ ଗ୍ରାହକଙ୍କୁ ଗୁଗୁଲ ଆପର ଭଏସ ସେଟିଂ ମେନୁରେ ନିଜ ଭାଷା ବାଛିବା ପାଇଁ ପଡ଼ିବ । ଏହାସହ ଗୁଗୁଲ ଅଧିକାରୀ କହିଛନ୍ତି, ବିଶ୍ୱ ସ୍ତରରେ ୧୧୯ ଭାଷାରେ ଭଏସ ସର୍ଚ୍ଚ ସପୋର୍ଟ କରୁଛି ଗୁଗୁଲ । ଏବଂ ଏବେ ଏହି ଫିଚରରେ ୩୦ ଟି ନୂଆ ଭାଷା ଯୋଡ଼ି ହେଉଛି ଯେଉଁଠି ସାମିଲ ଅଛି ୮ଟି ଭାରତୀୟ ଭାଷା ।