ପୁରୁଣା ଅପରେଟିଙ୍ଗ୍ ସିଷ୍ଟମରେ ବନ୍ଦ ହେବ ଜି ମେଲ୍ ! ଘୋଷଣା କଲା ଗୁଗୁଲ୍

31

ବନ୍ଦ ହେବ ଜି – ମେଲ୍ । ଏଭଳି ଏକ ଘୋଷଣା କରିଛି ଗୁଗୁଲ୍ । ପୁରୁଣା ଭର୍ସନର କ୍ରୋମ୍ ବ୍ରାଉଜର, ଉଇଣ୍ଡୋ ଏକ୍ସପି ଓ ଉଇଣ୍ଡୋ ଭିଷ୍ଟା ବ୍ୟବହାର ହେଉଥିବା କଂପୁଟରରେ ଏହି ସେବା ବନ୍ଦ କରିବାକୁ ଗୁଗୁଲ ଘୋଷଣା କରିଛି । ତେବେ ଏହି ବର୍ଷ ଶେଷ ସୁଦ୍ଧା ଉପଭୋକ୍ତା ଏହାକୁ ବ୍ୟବହାର କରିପାରିବେ । କିନ୍ତୁ ତା ପରେ ଏହି ସବୁ ଭର୍ସନରେ ଜିମେଲ ବ୍ୟବହାର କରିହେବ ନାହିଁ ।

ଗୁଗୁଲ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ପୁରୁଣା ଭର୍ସନରେ ଜିମେଲ ବ୍ୟବହାର କରୁଛନ୍ତି ସେମାନଙ୍କୁ ଫେବୃୟାରୀ ୮ ତାରିଖରେ ଏକ ନୋଟିଫିକେସନ ଦିଆଯିବ । ପୁରୁଣା ଭର୍ସନ ବ୍ୟବହାର କରିବା ଦ୍ୱାରା ସିକ୍ୟୁରିଟି ଅପଡେଟ ହୋଇପାରୁନାହିଁ । ଫଳରେ ହ୍ୟାକରମାନେ ସହଜରେ ଜିମେଲ ଆକାଉନ୍ଟକୁ ହ୍ୟାକ କରିପାରୁଛନ୍ତି ବୋଲି କହିଛି ଗୁଗୁଲ୍ । ଫଳରେ ଏସବୁକୁ ନଜରରେ ରଖି ଗୁଗୁଲ ଏହି ନିଷ୍ପତି ନେଇଥିବାର କହିଛି ।