ବାଟବଣା କରୁଛି ଗୁଗଲ! ‘ପପ୍ପୁ’ ସର୍ଚ୍ଚ କଲେ ଆସୁଛି ରାହୁଲ ଗାନ୍ଧି ଓ ‘ଫେକୁ’ ଖୋଜିଲେ ଆସୁଛି ନରେନ୍ଦ୍ର ମୋଦିଙ୍କ ନାମ ।

50

ବର୍ତ୍ତମାନ ପୃଥିବୀର ସମସ୍ତ ପ୍ରଶ୍ନର ଉତ୍ତର ଗୁଗୁଲରେ ରହିଛି ବୋଲି କୁହାଯାଉଛି । ଏପରିକି ଯଦି ଆପଣ କୌଣସି ଜିନିଷ ବିଷୟରେ ଜାଣି ନାହାନ୍ତି ଏବଂ ତାହା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଗୁଗୁଲର ସାହାଯ୍ୟ ନେଉଛନ୍ତି । କିନ୍ତୁ ପ୍ରାୟତଃ ଗୁଗୁଲରେ ସଠିକ୍ ସୂଚନା ରହିଥାଏ। ମାତ୍ର ସବୁ ସମୟରେ ଗୁଗୁଲରେ ସଠିକ୍ ସୂଚନା ମିଳି ନଥାଏ ।

ସେଭଳି ଏକ ଉଦାହରଣ ବର୍ତ୍ତମାନ ଗୁଗୁଲ ସର୍ଚ୍ଚ ଇଞ୍ଜିନ ଦେଖାଉଛି , ଯାହା ଭାରତୀୟ ରାଜନେତାଙ୍କୁ ବିଶ୍ୱ ଦରବାରରେ ‘ପପ୍ପୁ’ ଏବଂ ‘ଫେକୁ’ ଭାବେ ପରିଚିତ କରାଇଛି। ଏହି ନେତା ଆଉ କିଏ ନୁହଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଯଦି ଆପଣ ବର୍ତ୍ତମାନ ଗୁଗୁଲରେ ‘ଭାରତର ପପ୍ପୁ କିଏ’ କିମ୍ବା ଖାଲି ‘ପପ୍ପୁ’ ସର୍ଚ୍ଚ କରୁଛନ୍ତି ସେଠାରେ ସବୁଠାରୁ ଉପରେ ଆପଣଙ୍କୁ ରାହୁଲ ଗାନ୍ଧୀଙ୍କ ବିଷୟରେ ଦେଖାଇବ । ସେହିପରି ଯଦି ‘କିଏ ଫେକୁ’ ବା ଖାଲି ‘ଫେକୁ’ ସର୍ଚ୍ଚ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ସୂଚନା ଦେଖାଉଛି। ଖାଲି ସେତିକି ନୁହଁ, ଗୁଗୁଲରେ ‘ମିଛୁଆ ପ୍ରଧାନମନ୍ତ୍ରୀ’ ଏବଂ ‘କ୍ରିମିନାଲ୍ ପ୍ରଧାନମନ୍ତ୍ରୀ’ ସର୍ଚ୍ଚ କରିବା ମାତ୍ରେ ନରେନ୍ଦ୍ର ମୋଦିଙ୍କ ନାମ ସର୍ବ ପ୍ରଥମେ ଆସୁଛି।