ଗୁଗୁଲ ଟ୍ରେଣ୍ଡରେ ଅନଲାଇନ ସର୍ଚିଂ, ଓଡିଶା ପାଇଁ ଆସିଲା ଚିନ୍ତାଜନକ ତଥ୍ୟ । ଗଣଦୁଷ୍କର୍ମ ଖୋଜିବାରେ ପଂଚମ ସ୍ଥାନରେ ଓଡିଶା

986

କନକ ବ୍ୟୁରୋ : ଗୁଗୁଲରେ ଆସିଲା ଚାଂଚଲ୍ୟକର ତଥ୍ୟ । ଗତ କିଛି ଦିନ ଧରି ଯେଉଁ ଘଟଣା ସାରା ଦେଶକୁ ଆନ୍ଦୋଳିତ କରି ରଖି ଦେଇଛି ତାହା ହେଉଛି ଦେଶରେ ବଢୁଥିବା ନାରୀ ନିର୍ଯାତନା ତଥା ଦୁଷ୍କର୍ମ ଘଟଣା । ତେବେ ଏହା ମଧ୍ୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି , ଯାହା ବେଶ୍ ଚିନ୍ତାଜନକ । ଗୁଗୁଲ ସର୍ଚ ଇଂଜିନରେ ଗଣଦୁଷ୍କର୍ମ , ଦୁଷ୍କର୍ମ ଭଳି ଘଟଣାର ସର୍ଚିଂ ବେଶ୍ ବୃଦ୍ଧି ପାଇବାରେ ଲାଗିଛି । ଗୁଗୁଲ ଟ୍ରେଣ୍ଡସର ତଥ୍ୟ କହୁଛି ଗଣଦୁଷ୍କର୍ମ ନେଇ ଗୁଗୁଲରେ ସର୍ଚ କରିବାରେ ଓଡିଶାର ସ୍ଥାନ ପଂଚମ । ଏହି ତାଲିକାର ଶୀର୍ଷରେ ରହିଛି ଆଣ୍ଡାମାନ ନିକୋବର । ସେହିପରି ଗଣଦୁଷ୍କର୍ମ ଭିଡିଓ ନେଇ ଗୁଗୁଲରେ ଖୋଜିବା ତାଲିକାରେ ଓଡିଶାର ସ୍ଥାନ ଦ୍ୱିତୀୟ ।

ଯାହା ଅଛି ଚିନ୍ତା ଜନକ । ଏହି ତାଲିକାର ଶୀର୍ଷରେ ରହିଛି ଜାମ୍ମୁକାଶ୍ମୀର ଓ ତୃତୀୟ ସ୍ଥାନରେ ରହିଛି ଝାଡଖଣ୍ଡ । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ବର୍ତମାନ ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍ ମୋବାଇଲ୍ ଥିବା ବେଳେ ଏଭଳି ଉପାଦାନ ଗୁଡିକୁ ଗୁଗୁଲରେ ଖୋଜିବା ଦ୍ୱାରା ସମାଜରେ ଲୋକଙ୍କ ମାନସିକତାର ଦିଗ କି ଦିଗକୁ ଗତି କରୁଛି ତାହା ସ୍ପଷ୍ଟ ହେଉଛି । ଏ ସବୁ ବିବାଦୀୟ ଜିନିଷକୁ ମୋବାଇଲରେ ଖୋଜିବା ଜରିଆରେ ଲୋକଙ୍କ ମାନସିକତା ଜୋରଦାର ପ୍ରଭାବିତ ହେଉଛି । ଫଳ ସ୍ୱରୂପ ସମାଜରେ ବଢିଚାଲିଛି ନାରୀ ନିର୍ଯାତନା ।