୨୦ ବର୍ଷର ହେଲା ଗୁଗୁଲ୍ ! ତେବେ ଗୁଗୁଲର ଏହି ୪ ଟି ଟ୍ରିକ୍ ବିଷୟରେ ଅଧା ଲୋକ ଜାଣିନଥିବେ,ଆସନ୍ତୁ ଏଗୁଡିକ କ’ଣ ଜାଣିବା ।

84

ସେପ୍ଟେମ୍ବର ୪ ରେ ଲଞ୍ଚ ହୋଇଥିଲେ ମଧ୍ୟ ଆଜିର ଦିନଟିକୁ ଅର୍ଥାତ୍ ୨୭ ସେପ୍ଟେମ୍ବରକୁ ଗୁଗୁଲ୍ ନିଜର ୨୦ ତମ ଜନ୍ମଦିନ ପାଳନ କରୁଛି । ତେବେ ପ୍ରତିବର୍ଷ କମ୍ପାନୀ ଜନ୍ମଦିନ ଅବସରରେ ଏକ ଡୁଡଲ୍ ଭିଡିଓ ପ୍ରସ୍ତୁତ କରିଥାଏ । ଚଳିତ ବର୍ଷ ମଧ୍ୟ କମ୍ପାନୀ ଏଭଳି ଏକ ଭିଡିଓ ପ୍ରସ୍ତୁତ କରିଛି । ତେବେ ଆପଣଙ୍କ ମଧ୍ୟରୁ ଅନେକ ଲୋକ ଗୁଗୁଲ ବ୍ୟବହାର କରୁଥିବେ କିନ୍ତୁ ଆପଣ ମଧ୍ୟ ଗୁଗୁଲର କିଛି ବ୍ୟବହାର ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ଗୁଗୁଲର ଏଭଳି ୪ ଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଜାଣିନଥିବେ ।

 

barrel roll :  ସର୍ବପ୍ରଥମେ ନିଜ ଫୋନ୍ କିମ୍ବା ଲାପଟପରେ ଗୁଗୁଲ୍ ଓପନ୍ କରି do a barrel roll ଟାଇପ୍ କରି ସର୍ଚ୍ଚ କରନ୍ତୁ । ଏହାପରେ ଆପଣଙ୍କ ସ୍କ୍ରିନ୍ ୩୬୦ ଡିଗ୍ରୀ ବୁଲିଯିବ । ଯଦି ଆପଣ barrel roll ୨ ଟାଇପ୍ କରିବେ ଏହା ଦୁଇଥର ବୁଲିବ ।

tilt :  ଗୁଗୁଲରେ tilt ଲେଖି ସର୍ଚ୍ଚ କରିବା କ୍ଷଣି ଆପଣଙ୍କୁ ଏହାର ରେଜଲ୍ଟ ମିଳିଯିବ । ଏବେ ଆପଣଙ୍କୁ ଏହି ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ପଡିବ,ଯାହାଫଳରେ ଆପଣଙ୍କ ସ୍କ୍ରିନ୍ ବଙ୍କା ହୋଇଯିବ ।

Festivus : ଗୁଗୁଲରେ Festivus ଲେଖି ସର୍ଚ୍ଚ କରିବା ପରେ ସ୍କ୍ରିନର ବାମପଟରେ ଆପଣଙ୍କୁ ଏକ ଲମ୍ବା ଖମ୍ବ ଥିବା ଭଳି ଦେଖାଯିବ । ଯାହା ଗୁଗୁଲରେ ନଥାଏ ।

Zerg Rush : ଗୁଗୁଲରେ Zerg Rush ଲେଖି ସର୍ଚ୍ଚ କରିବା କ୍ଷଣି ସ୍କ୍ରିନରେ ଅନେକ ରଙ୍ଗର ରିଙ୍ଗ୍ ଏକାଥରେ ତଳୁ ଉପରୁ ଆସୁଥିବା ଦେଖାଯିବ । ଏହାପରେ ଧିରେ ଧିରେ ଆପଣଙ୍କ ସ୍କ୍ରିନରେ ଯାହା ଲେଖାଥିବ ତାହା ଆପେଆପେ ଡିଲିଟ୍ ହୋଇଯିବ । କିନ୍ତୁ ଏଥିରେ ଆପଣଙ୍କ ଫୋନ୍ କରାପ ହେବନାହିଁ ।