ଗୁଗୁଲ ପ୍ଲେ ଷ୍ଟୋରରେ ପୁଣିଥରେ ହେଲା ମାଲଓୟାର ଆଟାକ୍ ! ଏହି ଆପ୍ ଡାଉନଲୋଡ କରିଛନ୍ତି କି? ସାବଧାନ, ଅସୁବିଧାର ଶିକାର ହୋଇପାରନ୍ତି । 

45

ଯଦି ଆପଣ ଆଣ୍ଡ୍ରୋଏଡ୍ ଫୋନ ବ୍ୟବହାର କରୁଛନ୍ତି ତେବେ ଏହି ରିପୋର୍ଟ ପଢିବା ଆପଣଙ୍କ ପାଇଁ ନିହାତୀ ଜରୁରୀ । ଆପଣଙ୍କ ଗୁଗୁଲ ପ୍ଲେ ଷ୍ଟୋରରେ ନାମ ବଦଳାଇ କିଛି ଆପ୍ସ କାର୍ଯ୍ୟକାରୀ ହେଉଥିଲା । ଯାହାକୁ କ୍ଷତିକାରକ ଭାବି ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା । କିନ୍ତୁ ପୁନଶ୍ଚ ଏହି ଆପ୍ ସବୁକୁ ୟୁଜର୍ସଙ୍କ ପାଖରେ ପହଞ୍ଚାଇ ଦିଆଯାଉଛି । ଆମେରିକାର ଆଣ୍ଟିଭାଇରସ୍ କମ୍ପାନୀ ସିମେଣ୍ଟିକର ରିସର୍ଚ୍ଚରୁ ଜଣା ପଡିଛି ଯେ ଏହି ମାଲୱେୟାର୍ ଆପ୍ସ ଏବେ ନୂଆ ପବ୍ଲିସର ଏବଂ ନୂଆ ନାଁ ରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇପାରୁଛି । ଏହି ଆପ୍ସ ଗୁଡିକର ନାଁ ଏଭଳି ରଖାଯାଇଛି ଯେଉଁଥବରେ ଏହି ଆପ୍ସ ଗୁକୁଲର ନଜରରୁ ବଞ୍ଚିପାରିବେ । ଏହି ମାଲୱେୟାରର ନାଁ Android.Reputation.1 । ଏହି କ୍ଷତିକାରକ ଆପ୍ସ ବିଷୟରେ ପ୍ରଥମେ ୨୦୧୪ ମସିହାରେ ଖବର ମିଳିଥିଲା । ଏହି ମାଲୱେୟାର ଆପ୍ସକୁ ଇମୋଜି କିବୋଡ ଆଣ୍ଡ ଅନ୍ ଆପ୍ସ,କାଲକୁଲେଟର,କଲ୍ ରେକର୍ଡର ଏବଂ ଷ୍ଟୋରେଜ୍ ଷ୍ପେସ୍ କ୍ଲିନର ଜରିଆରେ ଆପଣଙ୍କ ସ୍ମାର୍ଟଫୋନକୁ ପଠାଯାଉଅଛି । ସିମେଣ୍ଟିକର ସପ୍ଟଓୟାର ଇଞ୍ଚିନିୟର ମାର୍ଟିନ୍ ଝାଙ୍ଗ୍ ଏବଂ ଟେକ୍ନିକାଲ୍ ପ୍ରଡକ୍ଟ ଅନର୍ ସାଉନ୍ ଆଇମୋଟୋ ଏକ ବ୍ଲଗ୍ ପୋଷ୍ଟ କରି କହିଛନ୍ତି ଯେ ଗୁଗୁଲ ପ୍ଲେ ଷ୍ଟୋର ଏଭଳି ଏକ ଆପ୍ ଯେଉଁଥିରେ ଯେକୌଣସି ଆପ୍ ଅପଲୋଡ କରି ଡାଟା ଚୋରାଇ ହେବ । ଏଭଳି ୭ ଟି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଅପଲୋଡ କରି ୟୁଜର୍ସଙ୍କ ଡାଟା ଚୋରାଇବା ପାଇଁ ଉପାୟ ବାହାର କରାଯାଇଛି । • ଏହିଭଳି ଉପାୟରେ ୟୁଜର୍ସଙ୍କୁ କ୍ଷତି ପହଞ୍ଚାଇଥାଏ ଏହି ଆପ୍ :

ଏହି ଆପ୍ ଆଡ୍ କିମ୍ବା ଘୋଟାଲାରେ ଜଡିତ ଥିବା ଲିଙ୍କ୍ ଉପରେ କ୍ଲିକ୍ କରିବା ପାଇଁ କହିଥାଏ । ଏହି ଆପ୍ସକୁ କ୍ଲିକ୍ କରିବା ପରେ ଏହା ଡିଭାଇଜକୁ ମନିଟର୍ କରିଥାଏ । ଗୁଗୁଲ୍ ପ୍ଲେ ଆପରେ କ୍ଲିକ୍ କରିବା ପରେ ଆଡମିନ୍ ପରମିଶନ୍ ପାଇଁ ରିକ୍ୟୁଷ୍ଟ କରିଥାଏ ।

• ମାଲଓୟାର ଆପରୁ ଫୋନକୁ ସୁରକ୍ଷା ଦେବା ପାଇଁ ଆପଣାନ୍ତୁ ଏହି ଉପାୟ :

୧ . ଏହି କ୍ଷତିକାରକ ଆପ୍ସରୁ ଫୋନକୁ ସୁରକ୍ଷା ଦେବାପାଇଁ ସ୍ମାର୍ଟଫୋନର ସଫ୍ଟଓୟାର ଆପକୁ ଟୁଡେଟ୍ ମୋଡରେ ରଖନ୍ତୁ ।

୨ . ଯେଉଁ ସାଇଟ୍ କିମ୍ବା ଆପ୍ସର ନାଁ ପୂର୍ବରୁ ଶୁଣିନାହାନ୍ତି ଏବଂ ଯାହା ବିଶ୍ୱାସଯୋଗ୍ୟ ନୁହଁ ସେଭଳି ଆପକୁ ଡାଉନଲୋଡ୍ କରିବାର ଭୁଲ୍ କରନ୍ତୁ ନାହିଁ ।

୩. ଆପ୍ସର ପରମିଶନ୍ ରିକ୍ୟୁଷ୍ଟ ଆସିବା ପରେ ଥରେ ଭଲରେ ଚିନ୍ତା କରନ୍ତୁ । ଯଦି ଆପଣ ହଡବଡରେ କୌଣସି ଆପକୁ ଡାଉପଲୋଡ କରିଛନ୍ତୁି ତେବେ ଏହାକୁ ତୁରନ୍ତ ଅନଇନଷ୍ଟଲ କରନ୍ତୁ ।