ଗୁଗୁଲର ବଡ ସଫଳତା ! ଭାରତର ୪୦୦ଟି ରେଲୱେ ଷ୍ଟେସନରେ ଦେଇ ସାରିଲାଣି ମାଗଣା ୱାଇଫାଇ ସେବା ।

50

ଭାରତର ୪୦୦ଟି ରେଲୱେ ଷ୍ଟେସନରେ ରେଲଟେଲର ସହଯୋଗରେ ଗୁଗୁଲ ପକ୍ଷରୁ ଫ୍ରି ୱାଇଫାଇ ସେବା ଆରମ୍ଭ କରାଯାଇଛି । ଏନେଇ ଗୁଗୁଲ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରକାଶ ପାଇଛି । ୨୦୧୬ ମସିହାରେ ଡିଜିଟାଲ ଇଣ୍ଡିଆ ପ୍ରକ୍ରିୟାରେ ମୁମ୍ବାଇ ଷ୍ଟେସନ ଠାରୁ ଏହାର ଶୁଭାରମ୍ଭ କରାଯାଇଥିଲା । ତେବେ ଆସାମର ଦେବୁଗଡ ଷ୍ଟେସନରେ ଫ୍ରି ୱାଇଫାଇ ସେବା ଆରମ୍ଭ ହେବା ପରେ ଗୁଗୁଲ ତାର ୪୦୦ ସଂଖ୍ୟା ପୁରଣ କରିଛି ।

ଗୁଗୁଲ ଅନୁଯାୟୀ, ରେଲଟେଲ ସହାୟତାରେ କୋଟି କୋଟି ଭାରତୀୟଙ୍କୁ ଯୋଡିବାରେ ସେ ସଫଳ ରହିଛନ୍ତି । ରେଲଟେଲ ଭାରତୀୟ ରେଲୱେର ଯାନ୍ତ୍ରିକ ବିଭାଗ ଅଟେ । ଡିଜିଟାଲ ଇଣ୍ଡିଆ ପ୍ରକ୍ରିୟାରେ ପ୍ରଥମ ବର୍ଷରେ ଗୁଗୁଲ ରେଳବାଇ ସହ ମିଶି ଦେଶର ସବୁଠାରୁ ବ୍ୟସ୍ତ ରେଲୱେ ଷ୍ଟେସନରେ ଫ୍ରି ୱାଇଫାଇ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଯାହାଦ୍ୱାରା ପାଖାପାଖି ୧୫ ହଜାର ଲୋକମାନେ ପ୍ରତିଦିନ ମାଗଣା ୱାଇଫାଇ ବ୍ୟବସ୍ଥାର ଫାଇଦା ଉଠାଇପାରିଥିଲେ ।