ରୋବୋଟ୍ ଲେଖିବ ଖବର ! ଏଥିପାଇଁ ଗୁୁଗୁଲ୍ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଲା ୫କୋଟି

29

ଦିନକୁ ଦିନ ରୋବୋଟ୍ ମାନବର କାମ କରିବାକୁ ଲାଗିଲାଣି । ବିଶ୍ୱର ଅନେକ ଦେଶ , ଆମେରିକା ଚୀନ ଆଦି ଦେଶଗୁଡିକରେ ରୋବୋଟ୍ ଦ୍ୱାରା ଅନେକ କାମ କରାଯାଉଛି । ଧିରେ ଧିରେ ଏହି ରୋବୋଟ୍ ସୃଜନଶୀଳତା ଆଡକୁ ଗତି କଲାଣି । ଏବେ ଇନସର୍ଟ ନ୍ୟୁଜରେ ପ୍ରକାଶିତ ଏକ ଖବର ଚର୍ଚ୍ଚାରେ । ରୋବୋଟ୍ ଦ୍ୱାରା ଖବର ଲେଖିବା ପାଇଁ ଗୁୁଗୁଲ୍ ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଛି ୫କୋଟି ।

ପ୍ରକାଶିତ ସୂଚନା ଅନୁସାରେ, ଗୁୁଗୁଲ୍ ନିଜର ଡିଜିଟାଲ୍ ନ୍ୟୁଜ୍ ଇନିସିଏଟିଭ୍ ଅନୁଯାୟୀ ଏକ ପ୍ରୋଜେକ୍ଟ ପାଇଁ , ୟୁନାଇଟେଡ୍ କିଙ୍ଗଡମ୍ ର ନ୍ୟୁଜ୍ ଏଜେନ୍ସି ‘ପ୍ରେସ୍ ଆସୋସିଏସନ’କୁ ୫କୋଟି ଟଙ୍କା ଦେଇଛି । ରୋବୋଟ ପ୍ରତିଦିନ ରୁଚିକର କାହାଣୀ ସବୁ ଲେଖିବ । ‘ରିପୋର୍ଟସ୍ ଏଣ୍ଡ ଡାଟା ଏଣ୍ଡ ରୋବୋଟ୍ସ’ ନାମକ ଏହି ପ୍ରୋଜେକ୍ଟରେ ବିଭିନ୍ନ ମିଡିଆ ଆଉଟଲେଟ୍ସ ପାଇଁ ପ୍ରତି ମାସରେ ୩୦ ହଜାର ଷ୍ଟୋରେଜ୍ ଲେଖା ଯିବ । କିନ୍ତୁ ଏଥିରେ ପ୍ରେସ ଆସୋସିଏସନ ଓ ସାମ୍ବାଦିକମାନେ ପ୍ରଭାବିତ ହେବେ ନାହିଁ ବୋଲି ସୂଚିତ କରାଯାଇଛି ।