ଏବେ ରହିବ ନାହିଁ ଡାଟା ଚିନ୍ତା ! ଗୁଗୁଲରେ ଏପରି କରନ୍ତୁୁ ମାଗଣା ବ୍ରାଉଜିଙ୍ଗ

43

ସ୍ମାର୍ଟଫୋନରେ ଆପର ବ୍ୟବହାର ସମସ୍ତେ କରନ୍ତି । କିନ୍ତୁ ଇଣ୍ଟରନେଟ ବିନା ଆପ୍ ଚଳାଇବା ସମ୍ଭବ ନୁହଁ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତି ଗୁଗୁଲ ଆପର ବ୍ୟବହାର ଜରୁର କରନ୍ତି । ଆଉ ଏଥିପାଇଁ ମଧ୍ୟ ଇଣ୍ଟରନେଟର ଆବଶ୍ୟକତା ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବୁ ଯାହା ଦ୍ୱାରା ଆପଣ ବିନା ଇଣ୍ଟରନେଟରେ ଗୁଗୁଲ ଆପର ବ୍ୟବହାର କରିପାରିବେ । ପ୍ରକୃତକଥା ହେଲା ଗୁଗଲ ଏବେ ଏକ ନୂଆ ଫିଚର ଜାରି କରିଛି ଯାହା ଜରିଆରେ ଫୋନରେ ବିନା ଇଣ୍ଟରନେଟରେ ମଧ୍ୟ ଗୁଗୁଲର ସବୁ ସେବାର ଲାଭ ଉଠାଇ ହେବ ।

ବିନା ଇଣ୍ଟରନେଟରେ ଏପରି ଚଲାନ୍ତୁ ଗୁୁଗଲ ଆପ –
ରିପୋର୍ଟ ଅନୁସାରେ ଗୁଗୁଲର ଜାରି କରିଥିବା ଉକ୍ତ ଫିଚରର ନାମ ‘ଫ୍ରି ଜୋନ୍’ । ଏଠାରେ ୟୁଜର ବିନା ଡାଟା ବ୍ୟବହାର କରି ଗୁଗୁଲ ଆପର ଚଳାଇ ପାରିବେ । ଏଥିପାଇଁ ଗ୍ରାହକଙ୍କ ଜିମେଲ ଆକାଉଣ୍ଟ ରହିବା ଅନିବାର୍ଯ୍ୟ । ଏହାପରେ ୟୁଜରଙ୍କୁ ଫୋନର ବ୍ରାଉଜରରେ ଯାଇ “ଜି.କମ/ଫ୍ରିଜୋନ” ଟାଇପ କରିବା ପାଇଁ ପଡ଼ିବ । ଏଠାରେ ଗ୍ରାହକ ବିନା ଡ଼ାଟା ବ୍ୟବହାର କରି ସର୍ଫିଙ୍ଗ କରିପାରିବେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ୟୁଜରଙ୍କୁ ଯେପର୍ଯ୍ୟନ୍ତ ଫୋନରେ ସବୁଜ ରଙ୍ଗର ଏକ ପଟି ଦେଖାଯିବ ସେ ପଯ୍ୟନ୍ତ ସେମାନେ ଫ୍ରି ସର୍ଫିଙ୍ଗ କରିପାରିବେ । ସୂଚନା ଅନୁସାରେ ଏପରି ସୁବିଧା କେବଳ ଗୁଗୁଲ ଆପରେ ଉପଲବ୍ଧ । ବାକି ଆପ୍ ଚଳାଇବା ପାଇଁ ଡାଟା ନିହାତି ଜରୁରୀ ।

ଏହା ପୂର୍ବରୁ ଗୁଗଲ ନିଜର କିବୋର୍ଡରେ କିଛି ଖାସ୍ ପରିବର୍ତ୍ତନ କରିଥିଲା । ଉକ୍ତ କିବୋର୍ଡକୁ ବ୍ୟବହାର କରିବା ୟୁଜରଙ୍କ ପାଇ ଅଧିକ ସୁବିଧା ହେବ ବୋଲ ଜଚ୍ଚାପଡ଼ିଛି । ଏହି ଫିଚର ୟୁଜର ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହେବ । ଏଙ୍ଗଗେଜେଟ ର ଏକ ରିପୋର୍ଟ ମୁତାବକ ଗୁଗଲ କିବୋର୍ଡରେ ‘ହ୍ୟାଣ୍ଡ ଡ୍ର’ ଇମୋଜି ଫିଚର ସାମିଲ କରିଛି ଯାହା ଗ୍ରାହକଙ୍କୁ ମନ ମୁତାବକ ଇମୋଜି ଖୋଜିବାରେ ଓ ବ୍ୟବହାର କରିବାରେ ସାହାଯ୍ୟ କରିବ ।
 ସୌଜନ୍ୟ -ଦୈନିକ ଜାଗରଣ

ଏହାସହ ପଢ଼ନ୍ତୁ –ରେଲୱେ ଟିକେଟ୍ ବୁକ୍ କଲେ ମିଳିବ କ୍ୟାସବ୍ୟାକ୍ ! ଜାଣନ୍ତୁ ଏହି ଉପାୟ