ଗୁଗଲ ଲଂଚ କଲା ସ୍ୱତନ୍ତ୍ର ଆପ୍ : ଆପଣଙ୍କ କେବଳ ଗୋଟିଏ ଭଏସ୍ କମାଣ୍ଡରେ ଫୋନ୍ କରିବ ସମସ୍ତ କାମ । ଭଲ୍ୟୁମକୁ ଆଡଜଷ୍ଟ ସହିତ କରିବ ଆହୁରି ଅନେକ କାମ

38

ଗୁଗଲ ଗତ ୨ ବର୍ଷ ହେଲା ଏମିତି ଏକ ଆପ୍ ତିଆରି କରିବାକୁ ଚେଷ୍ଟା କରୁଛି, ଯେଉଁଥିରେ ପୁରା ଫୋନ ମାତ୍ର ଭଏସ୍ କମାଣ୍ଡରେ ଚାଲିପାରିବ । ଏହି ଆପ୍ ପ୍ରଥମେ ବେଟା ଭର୍ସନରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଗୁଗଲ ଏହାକୁ ବିଶ୍ୱ ସ୍ତରରେ ଲଂଚ କରିଛି । ଏହି ଆପର ନାମ ଭଏସ୍ ଆକ୍ସେସ୍, ଯାହା ୟୁଜର୍ସଙ୍କ ଭଏସ୍ କମାଣ୍ଡ ଜରିଆରେ ଟେକ୍ସଟ୍ ଲେଖିବା, ଗୁଗଲ ଆସିଷ୍ଟାଣ୍ଟ ସହ କଥା ହେବା ଓ ଅନ୍ୟ ଆପ୍ ଗୁଡିକୁ ଖୋଲିବାରେ ସହାୟତା କରେ । ଏହା ବ୍ୟତୀତ ଏହି ଆପ୍ ଜରିଆରେ ଆପଣ ଆହୁରି ଅନେକ କାମ କରିପାରିବେ ।

ଏମିତି କାମ କରେ : ଭଏସ୍ ଆକ୍ସେସ୍ ଥରେ ଆକ୍ଟିଭ୍ ହେବା ପରେ ନିଜ ଫୋନ ସ୍କ୍ରିନର ସମସ୍ତ ଆପ୍ ରେ ନମ୍ବର ଦେଖାଯିବ । ଏହା ଜରିଆରେ ସହଜରେ ସମସ୍ତ ଆପ୍ କୁ ଆକ୍ସେସ୍ କରିପାରିବେ । ଯେଭଳି ସେଭ୍ ବଟନ୍ ବା ଅପ୍ସନ୍ ମେନ୍ୟୁ, କିମ୍ବା ନମ୍ବରର ବି ବ୍ୟବହାର କରିପାରିବେ । ଯେମିତି କି ୭ ନମ୍ବରରେ ଥିବା ଆପ୍ ଖୋଲିବାକୁ ହେଲେ ଆପଣ ‘କ୍ଳିକ୍ ୭’ କହି ସେହି ଆପ୍ କୁ ଖୋଲିପାରିବେ । ଏହା ବ୍ୟତୀତ ଆପଣ ଏହାକୁ ସାଧାରଣ ଆଦେଶାବଳୀ ବି ଦେଇପାରିବେ । ଆପଣ ଭଲ୍ୟୁମକୁ ବି ଆଡଜଷ୍ଟ କରିପାରିବେ ଓ କୈାଣସି ଆପ୍ କୁ ଖୋଲିବା ସହିତ ବନ୍ଦ ବି କରିପାରିବେ ।

ଏମାନଙ୍କ ପାଇଁ ହେବ ଫାଇଦା : ଏହି ଆପ୍ ସେମାନଙ୍କ ପାଇଁ ଲାଭକାରୀ, ଯିଏ କୈାଣସି କାରଣରୁ ନିଜ ହାତରେ ଫୋନର ବ୍ୟବହାର କରିପାରନ୍ତିନି । ଏହା ବ୍ୟତୀତ ସେହି ଲୋକମାନେ ବି ଏହି ଆପ୍ ର ବ୍ୟବହାର କରିପାରିବେ, ଯେଉଁମାନେ ଗୋଟିଏ ଥରରେ ଅନେକ କାମ କରନ୍ତି ଓ ନିଜ ଫୋନ୍ କୁ ବି ବ୍ୟବହାର କରିବାକୁ ଚାହାଁନ୍ତି ।