ଭାରତରେ ମନ ପସନ୍ଦର ଚାକିରି ଖୋଜିବା ହେଲା ସହଜ ! ଦେଶରେ ଲଂଚ ହେଲା ଗୁଗଲ ଜବ ସର୍ଚ୍ଚ ଟୁଲ

47

ଗୁଗଲ ଭାରତୀୟ ଗ୍ରାହକଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ କରିବା ପାଇଁ ନୂଆ ସର୍ଚ୍ଚ ଇଂଟରଫେସ୍ ଲଂଚ କରିଛି । ଏଥିପାଇଁ କମ୍ପାନୀ ଅନେକ ଜବ ଏଜେନ୍ସି ଗୁଡ଼ିକ ସହିତ ଭାଗିଦାରୀ କରିଛି । ତେବେ ଗୁଗଲର ଏହି ପଦକ୍ଷେପ ଯୋଗୁଁ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲରେ ଚାକିରି ପାଇଁ ଆବେଦନ କରିବା ପାଇଁ ସାହାଯ୍ୟ ମିଳିବ । ଆଉ ଏଥିଯୋଗୁଁ ଭାରତୀୟଙ୍କୁ ଚାକିରି ଖୋଜିବା ସହଜ ହେବ । ଏହି ଟୁଲ ଜରିଆରେ ଆଶାୟୀ ପ୍ରାର୍ଥୀମାନେ ଲୋକପ୍ରିୟ ୱେବସାଇଟ୍ ଓ କମ୍ପାନୀ ଗୁଡ଼ିକରେ ଖାଲିଥିବା ପଦବୀ ବିଷୟରେ ମଧ୍ୟ ଜାଣିପାରିବେ । ଦିଲ୍ଲୀରେ ହୋଇଥିବା ଏକ ପ୍ରେସ କନଫରେନ୍ସ ଚାଲିଥିବା ସମୟରେ ଗୁଗଲ ଇଣ୍ଡିଆର ଭାଇସ୍ ପ୍ରେସିଡ଼େଂଟ କହିଛନ୍ତି, ଲୋକମାନେ ଚାକିରି ଖୋଜିବା ପାଇଁ ଅନେକ ପରିଶ୍ରମ କରନ୍ତି । ଗତ ବର୍ଷ ଗୁଗଲରେ ଚାକିରି ଖୋଜୁଥିବା ପ୍ରାଥୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ହୋଇଥିବା ଅନୁମାନ କରିଥିଲୁ । ଏଥିପାଇଁ ଏବେ କମ୍ପାନୀ ଏପରି ପଦକ୍ଷେପ ନେଇଛି । ଯଦ୍ୱାରା ଲୋକଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ ହେବ ।

ଫ୍ରେସର ହୁଅନ୍ତୁ କିମ୍ବା ଅନୁଭବୀ ସମସ୍ତଙ୍କ ପାଇଁ ଚାକିରି ଖୋଜିବା ଚ୍ୟାଲେଞ୍ଜିଂ ହୋଇପାରେ । ଗୁଗଲର ନୂଆ ସେବା ଅନୁସାରେ ଏଥିରେ ଥାର୍ଡ଼ ପାର୍ଟି ଜବ ସର୍ଚ୍ଚ ପୋର୍ଟାଲ ମଧ୍ୟ ସାମିଲ ରହିଛି । ଏହାଦ୍ୱାରା କର୍ମଚାରୀ ଦରକାର କରୁଥିବା କମ୍ପାନୀ ଗୁଡ଼ିକ ପାଇଁ ମଧ୍ୟ ସହଜ ହେବ । ଏବେ ଆପଣ ଗୁଗଲ ସର୍ଚ୍ଚରେ Jobs near me ଓ Jobs for fresher ପରି କିଛି ଖୋଜିଲେ ଗୁଗଲରେ ଏକ ନୂଆ ଡାସବୋର୍ଡ଼ ଖୋଲିବ । ସେଠାରେ ଚାକିରି ତାଲିକା ଦେଖାଯିବ । କିଛି ବି ଚାକିରି ବିଷୟରେ ସର୍ଚ୍ଚ କଲେ ଆପଙ୍କ ସାମ୍ନାରେ ଅନେକ ଅପ୍ସନ ଦେଖାଯିବ । ସର୍ବପ୍ରଥମେ ଆପଣଙ୍କୁ ସେଠାରେ ଚାକିରି ବିଷୟରେ ଲେଖିବା ପାଇଁ ପଡ଼ିବ । ଏହା ବ୍ୟତୀତ ଆପଣ ଚାକିରି ଖୋଜିବା ସମୟରେ ପ୍ରିଫରେନ୍ସ ମଧ୍ୟ ସେଟ୍ କରିପାରିବେ । ଏହା ବ୍ୟତୀତ ପାର୍ଟ ଟାଇମ ଓ ଫୁଲ ଟାଇବ ଜବ ପାଇଁ ମଧ୍ୟ ଆବେଦନ କରିପାରିବେ । କମ୍ପାନୀ ଏଥିରେ ଏକ ସ୍ମାର୍ଟ ଫିଲଟର ଦେଇଛି, ଯେଉଁଠି ସର୍ଚ୍ଚକୁ ରିଫାଇନ୍ କରିବ । ଏଥିରେ ଆଲର୍ଟ ଫିଚର ମଧ୍ୟ ରହିଛି । ଯଦ୍ୱାରା ନୋଟିଫିକେସନ ଜରିଆରେ ଇମେଲରେ ଆପଣଙ୍କୁ ଚାକିରି ସୁଯୋଗ ବିଷୟରେ ସୂଚନା ମିଳିଯିବ ।