ଗୁଗଲ ଭାରତରେ ଲଂଚ କଲା ଡ଼ିଜିଟାଲ ପେମେଣ୍ଟ ଆପ୍ ‘ତେଜ୍’!

36

ଗୁଗଲ, ଭାରତରେ ଅନଲାଇନ୍ ପେମେଣ୍ଟ ସେବା ଆରମ୍ଭ କରିଦେଇଛି । ଏଥିପାଇଁ ଏକ ଖାସ୍ ଆପ ତିଆରି ହୋଇଛିି ଯାହାର ନାମ ହେଲା ତେଜ୍ ।  ସର୍ଚ୍ଚ ଇଞ୍ଜିନ ଗୁଗଲ ପାଖରେ ନିଜର ୱାଲେଟ ସେବା ରହିଛି । କିନ୍ତୁ ଭାରତରେ ଏହି ସେବାର ବ୍ୟବହାର ହୋଇପାରୁ ନଥିଲା । ଏବେ ଭାରତରେ ଡ଼ିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ସ୍ୱଚ୍ଛତା ଆଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଏନେଇ ଉତ୍ସାହିତ କରୁଛନ୍ତି । ଭାରତରେ ଧୀରେ ଧୀରେ ଡିଜିଟାଲ ଟ୍ରାନଜାକ୍ସନ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ ଭାରତରେ ଡିଜିଟାଲ ଟ୍ରାନଜାକ୍ସନ ସେବା ଆରମ୍ଭ କରିଛି  ।

google company‘ତେଜ’ ଆପ୍ ଏହା ଗୁଗଲ ୱାଲେଟ୍ ଓ ଆଣ୍ଡ୍ରଏଡ଼୍ ପେମେଣ୍ଟ ସେବାରୁ ଭିନ୍ନ ରହିବ । କେବଳ ଏତିକି ନୁହଁ ଏଥିରେ ୟୁନିଫାଏନ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସର୍ପୋଟ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ତେଜ୍ ଆପ ଜରିଆରେ ଆପଣ ବ୍ୟାଙ୍କ ଆକାଉଂଟରୁ ପେମେଣ୍ଟ କରିପାରିବେ । ଏହାର ଅର୍ଥ ଗୁଗଲ କୌଣସି କମିସନ ନେବ ନାହିଁ ଏବଂ ଟଙ୍କା ଆପଣଙ୍କ ବ୍ୟାଙ୍କରେ ସୁରକ୍ଷିତ ରହିବ । ଗୁଗଲ ଅନୁସାରେ ଏଥିପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଖାସ ଆକାଉଣ୍ଟ ଖୋଲିବା ପାଇଁ ପଡ଼ିବ ନାହିଁ ।

ତେବେ ଗୁଗଲ ଏବେ ନିଜର ପେମେଂଟ ସେବା ଆମରିକାରୁ ଚଳାଉଛି । ଆଉ ଆମେରିକାର ଏହି ସେବା ବହୁତ ଲୋକପ୍ରିୟ । ଖବର ଅନୁସାରେ ହ୍ୱାର୍ଟସଆପ ମଧ୍ୟ ଡିଜିଟାଲ ପେମେଂଟ ସେବା ଆରମ୍ କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି । ଏହା ପୂର୍ବରୁ ଭାରତୀୟ ଇନଷ୍ଟାଂଟ ମସେଜିଙ୍ଗ ଆପ୍ ହାଇକ ମଧ୍ୟ ନିଜର ଡିଜିଟାଲ ପେମେଂଟ ସେବା ଆରମ୍ଭ କରିଥିଲା ।