ଏବେ ଆପଣ ବି ହୋଇପାରିବେ ସିନେ କ୍ରିଟିକ୍ ! ଗୁଗଲ ଲଂଚ କଲା ନୂଆ ଫିଚର

29

ଆପଣ ବି ହୋଇପାରିବେ ସିନେ କ୍ରିଟିକ୍ । ଗୁଗଲ ଲଂଚ କଲା ନୂଆ ଫିଚର । ଗୁଗଲ ସର୍ଚ୍ଚ ରେଜଲ୍ଟ ଅନ୍ତର୍ଗତ ସିନେମା ଓ ଟେଲିଭିଜନ ରିଭ୍ୟୁରେ ଯୋଗଦାନ ଦେବା ପାଇଁ ଗୁଗଲ ଲଂଚ କରିଛି ନୂଆ ଫିଚର । ସୂଚନା ଅନୁସାରେ , ଗୁଗଲର ଏହି ଫିଚର ଭାରତରେ କେବଳ ୱେବ୍, ମୋବାଇଲରେ ଉପଲବ୍ଧ । ଏହା ସହ ଏହି ଫିଚର କେବଳ ଇରାଜୀରେ ଉପଲବ୍ଧ ବୋଲି ଗୁଗଲ ସ୍ପଷ୍ଟ କରିଛି । ଗୁଗଲ କହିଛି ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ରିଭ୍ୟୁ ଫିଲଟର ହୋଇଯାଏ । ଯଦି କୌଣସି ଖରାପ କଂଟେଂଟ କମ୍ପାନୀର ସିଷ୍ଟମରୁ ରହିଯାଏ, ତେବେ ତାହାକୁ ଗ୍ରାହକ ମାର୍କ ମଧ୍ୟ କରିପାରିବେ । ରିପୋର୍ଟ ଅନୁସାରେ ଯଦି କୌଣସି ଗ୍ରାହକ ରିଭ୍ୟୁ ସବମିଟ୍ କରେ, ତେବେ ଗୁଗଲ ଡଟ୍ ଇନରେ ସର୍ଚ୍ଚ ରେଜଲଟକୁ ଉପରେ ଭିନ୍ନ ଭିନ୍ନ ଟିଭି ସୋ, ସିନେମାକୁ ନଲେଜ ପ୍ୟାନେଲରେ ଦେଖାଯିବ । ତେବେ ଏବେ ଠାରୁ ଏହି ଫିଚର ସାହାଯ୍ୟରେ ସିନେ କ୍ରିଟିକ୍ ହୋଇପାରିବେ ।

google-is-reportedly-launching-upi-based-digital-payment-systemଚଳିତ ସପ୍ତାହ ପ୍ରାରମ୍ଭରେ , ଗୁଗଲ ଆମେରିକା ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆରମ୍ଭ କରିଛି । ଯାହାଦ୍ୱାରା ଜଣାପଡ଼ିଯିବ ଲୋକାଲ ଲାଇବ୍ରେରୀରେ ଇ-ବହି ଉପଲବ୍ଧ ଅଛି କି ନାହିଁ । ସୂଚନାଯୋଗ୍ୟ ଗୁଗୁଲ ସୋମବାର ଭାରତରେ ୟୁପିଆଇ-ବେସଡ ଡିଜିଟାଲ ପେମେଣ୍ଟ ଆପ୍ଲିକେଶନ୍ ‘ତେଜ୍’ ର ଶୁଭାରମ୍ଭ କରିଛି । ନୂଆଦିଲ୍ଲୀଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଛି । ଏହି ଆପ୍ଲିକେସନ୍ ମାଧ୍ୟମରେ ଉପଭୋକ୍ତାମାନେ ସାମଗ୍ରୀ ଏବଂ ସେବା ପାଇଁ ପେମେଣ୍ଟ କରିପାରିବେ । ଏପରିକି ପର୍ସନ୍-ଟୁ-ପର୍ସନ୍ ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ଏହି ଆପ୍ ଜରିଆରେ ହୋଇପାରିବ । ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନରେ ଏହି ଆପ୍ ମାଧ୍ୟମରେ ପେମେଣ୍ଟ କରିହେବ। ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ(ଏନପିସିଆଇ)ର ଭୀମ୍ ଆପ୍ ସହ ଗୁଗୁଲର ତେଜ୍ ଆପ୍ ପ୍ରାୟତଃ ସମାନ ।

ଏହି ଆପର ବିକାଶ ପାଇଁ ଗୁଗୁଲ୍ କିଛି ଦିନ ହେବ ଏନପିସିଆଇ ସହ କାର୍ଯ୍ୟ କରି ଆସୁଥିଲା । ଗୁଗୁଲର ପ୍ଲେ ଷ୍ଟୋରରୁ ଏହି ଆପ୍ ଡାଉନଲୋଡ଼୍ କରିପାରିବେ । ଏହାଦ୍ୱାରା ଉପଭୋକ୍ତା ନିଜ ବନ୍ଧୁ ପରିଜନମାନଙ୍କୁ ଟଙ୍କା ପଠାଇପାରିବେ । ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପେମେଣ୍ଟ ଗ୍ରହଣ କରିପାରିବେ ଏବଂ ନିକଟସ୍ଥ କ୍ୟାଫେରେ ଟଙ୍କା ପୈଠ ମଧ୍ୟ କରିପାରିବେ । ଭାରତ ପାଇଁ ବିଶେଷ କରି ଗୁଗଲ୍ ପକ୍ଷରୁ ଏହି ଆପ ବିକଶିତ କରାଯାଇଛି । ଦେଶର ସମସ୍ତ ପ୍ରମୁଖ ବ୍ୟାଙ୍କଗୁଡିକ ସହ ତେଜ୍ କାର୍ଯ୍ୟ କରିଥାଏ ଏବଂ ବୃହତ୍ ସଂଖ୍ୟକ ସ୍ମାର୍ଟଫୋନରେ ଏହା ଚାଲିପାରିବ ।

google-pay-discrimination-1_765x0_80ତେଣୁ ଉପଭୋକ୍ତା ପ୍ରାୟ ସମସ୍ତ ସ୍ଥାନରେ ଏହାକୁ ବ୍ୟବହାର କରି ଟଙ୍କା ସ୍ଥାନାନ୍ତର କରିପାରିବେ ଏବଂ ଗ୍ରହଣ କରିପାରିବେ । ଇଂଲିଶ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ମରାଠି, ତାମିଲ ଏବଂ ତେଲୁଗୁ ଭାଷାରେ ତେଜ୍ ସେବା ପ୍ରଦାନ କରିଥାଏ । ପେଟିଏମ୍ ହେଉଛି ଦେଶର ସର୍ବବୃହତ୍ ଇ-ଓ୍ବାଲେଟ୍, ଯାହାର ୨୨୫ ନିୟୁତରୁ ଊର୍ଦ୍ଧ୍ୱ ଉପଭୋକ୍ତା ରହିଛନ୍ତି । ଭାରତରେ ବ୍ୟବସାୟର ବିପୁଳ ସୁଯୋଗ ରହିଛି । ଭାରତରେ ବ୍ୟବସାୟ ଯେଉଁ ମାତ୍ରାରେ ବଢ଼ୁଛି ତାହାକୁ ଦୃଷ୍ଟିରେ ରଖି ଗୁଗୁଲ ଏଠାରେ ତେଜ୍ ଆପର ଶୁଭାରମ୍ଭ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ବୋଲି ଜେଟଲୀ କହିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ବଜାରରେ ସ୍ଥିତି ମଜଭୂତ କରିବା ପାଇଁ ପୂର୍ବରୁ ମଧ୍ୟ ଗୁଗୁଲ୍ କାର୍ୟ୍ୟ କରିଛି ।