ଭାରତ ପାଇଁ ଗୁଗଲ ଆରମ୍ଭ କରିବ ଡିଜିଟାଲ ପେମେଣ୍ଟ ସେବା ‘ତେଜ’ !

34

ଗୁଗଲ, ଭାରତରେ ଆରମ୍ଭ କରିବ ଡିଜିଟାଲ ପେମେଣ୍ଟ ସେବା । ସର୍ଚ୍ଚ ଇଞ୍ଜିନ ଗୁଗଲ ପାଖରେ ନିଜର ୱାଲେଟ ସେବା ରହିଛି । କିନ୍ତୁ ଭାରତରେ ଏହି ସେବାର ବ୍ୟବହାର ହୋଇପାରୁ ନାହିଁ । ଏବେ ଭାରତରେ ଡ଼ିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ସ୍ୱଚ୍ଛତା ଆଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କୁ ଏନେଇ ଉତ୍ସାହିତ କରୁଛନ୍ତି । ଭାରତରେ ଧୀରେ ଧୀରେ ଡିଜିଟାଲ ଟ୍ରାନଜାକ୍ସନ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ ଭାରତରେ ଡିଜିଟାଲ ଟ୍ରାନଜାକ୍ସନ ସେବା ଯୋଗାଇବା ପାଇଁ ଚାହୁଁଛି । ଏପରିସ୍ଥଳେ ଗୁଗଲ ଏବେ ଭାରତରେଡିଜିଟାଲ ପେମେଣ୍ଟ ସେବା ଲଂଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସୂଚନା ଅନୁସାରେ ଗୁଗଲ ଆସନ୍ତା ସପ୍ତାହରେ ଡିଜିିଟାଲ ପେମେଣ୍ଟ ସେବାର ଆରମ୍ଭ କରିବ ।

ରିିପୋର୍ଟ ଅନୁସାରେ ଏହି ଡ଼ିଜିଟାଲ ପେମେଂଟର ନାମ ‘ତେଜ’ ରହିବ । ଏହା ଗୁଗଲ ୱାଲେଟ୍ ଓ ଆଣ୍ଡ୍ରଏଡ଼୍ ପେମେଣ୍ଟ ସେବାରୁ ଭିନ୍ନ ରହିବ । କେବଳ ଏତିକି ନୁହଁ ଏଥିରେ ୟୁନିଫାଏନ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସର୍ପୋଟ ସୁବିଧା ମଧ୍ୟ ଉପଲବ୍ଧ ରହିବ । ତେବେ ଗୁଗଲ ଏବେ ନିଜର ପେମେଂଟ ସେବା ଆମରିକାରୁ ଚଳାଉଛି । ଆଉ ଆମେରିକାର ଏହି ସେବା ବହୁତ ଲୋକପ୍ରିୟ । ତେବେ ଏନେଇ ଗୁଗଲ ତରଫରୁ କିଛିି ସ୍ୱଷ୍ଟ ସୂଚନା ମିଳିନାହିଁ ।

ଖବର ଅନୁସାରେ ହ୍ୱାର୍ଟସଆପ ମଧ୍ୟ ଡିଜିଟାଲ ପେମେଂଟ ସେବା ଆରମ୍ କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି । ଏହା ପୂର୍ବରୁ ଭାରତୀୟ ଇନଷ୍ଟାଟ ମସେଜିଙ୍ଗ ଆପ୍ ହାଇକ ମଧ୍ୟ ନିଜର ଡିଜିଟାଲ ପେମେଂଟ ସେବା ଆରମ୍ଭ କରିଥିଲା । ତେବେ ଏବେ ସ୍ପଷ୍ଟ ଜଣାପଡ଼ି ନାହିଁ ଗୁଗୁଲ ଏହି ନୂତନ ସେବା ପାଇଁ ନୂଆ ଆପ ତିଆରି କରିବ ନା ଗୁୁଗଲ ଆପରେ ହିଁ ସେବା ଯେଗାଇ ଦେବ ସେନେଇ କିଛି ସ୍ୱଷ୍ଟ ହୋଇନାହିଁ । କେବଳ ଭାରତରେ ନୁହଁ ଇଣ୍ଡୋନେସିଆ ଓ ଫିଲିପାଇନ୍ସରେ ମଧ୍ୟ ସେବା ଆରମ୍ଭ କରିବା ପାଇଁ ଗୁଗୁଲ ପ୍ରସ୍ତୁତି ଆରମ୍ଭ କରିଛି ।