ବିପଦପୂର୍ଣ୍ଣ ଆପକୁ ହଟାଇଲା ଗୁଗୁଲ ! ପ୍ଲେ ଷ୍ଟୋରରୁ ହଟିଲା ଏହି ୭ ଟି ଆପ,ଯଥାଶୀଘ୍ର ଏହି ଆପକୁ ଫୋନରୁ ହଟାନ୍ତୁ ।

47

ପ୍ରାୟତଃ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ଭାଇରସ କିମ୍ବା ମେଲୱେୟାରର ବିପଦ ଲାଗି ରହିଥାଏ । ପ୍ରତିଦିନ ଗୁଗୁଲ ପ୍ଲେ ଷ୍ଟୋରରେ ଏହିଭଳି ଫାଲତୁ ଆପ ଅପଲୋଡ ହୋଇଥାଏ ଏବଂ ପରମୁହୂର୍ତ୍ତରେ ଗୁଗୁଲ ଏହି ଆପସବୁକୁ ପ୍ଲେ ଷ୍ଟୋରରୁ ହଟାଇଥାଏ । କିନ୍ତୁ ସେତେବେଳକୁ ନେଡି ଗୋଡ କହୁଣିକୁ ବୋହିଗଲା ପରି ଲକ୍ଷ ଲକ୍ଷ ୟୁଜର୍ସଙ୍କର ମୋବାଇଲକୁ ଏହି ଆପ ଚାଲିଯାଇଥାଏ । ନିକଟରେ ଏହିଭଳି ୭ ଟି ଆପକୁ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ହଟାଇଛି । ତେବେ ଆସନ୍ତୁ ଏହି ଆପ ବିଷୟରେ ଜାଣିବା ଏବଂ ଯଦି ଏଭଳି ଆପ ଆପଣଙ୍କ ଫୋନରେ ଷ୍ଟୋର ହୋଇ ରହିଛି ତେବେ ଯେତେଶୀଘ୍ର ପାରୁଛନ୍ତି ଏହାକୁ ହଟାନ୍ତୁ ।

କ୍ୟୁଆର କୋଡ ଫ୍ରି ସ୍କାନ

ଏହି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ପ୍ଲେ ଷ୍ଟୋରରେ ଏହି ଆପକୁ ୫୦୦,୦୦୦-୧,୦୦୦,୦୦୦ ଡାଉନଲୋଡ କରାଯାଇଥିବାର ସୁଚନା ମିଳୁଛି ।

କ୍ୟୁଆର କୋଡ ସ୍କାନର ପ୍ରୋ

ଅବିକଳ ଏହି ଆପକୁ ମଧ୍ୟ ପ୍ଲେ ଷ୍ଟୋରରୁ ବାଦ ଦିଆଯାଇଛି । ସୁଚନାନୁସାରେ ସର୍ବନିମ୍ନ ୧୦୦,୦୦୦ ଏବଂ ସର୍ବୋଚ୍ଚ ୫୦୦,୦୦୦ ୟୁଜର ଏହି ଆପକୁ ଡାଉନଲୋଡ କରିଛନ୍ତି ।

କ୍ୟୁଆର କୋଡ ସ୍କାନ ବେଷ୍ଟ

ପ୍ଲେ ଷ୍ଟୋରରେ ଏହି ଆପର ଡାଉନଲୋଡ ୧୦୦,୦୦୦ ରୁ ୫୦୦,୦୦୦ ମଧ୍ୟରେ ରହିଥିଲା ।

କ୍ୟୁଆର କୋଡ/ବାର କୋଡ ଫ୍ରି ସ୍କାନ

ଭାଇରସ ବଢାଉଥିବା ଏହି ଆପକୁ ହଟାଇବା ପର୍ଯ୍ୟନ୍ତ ଏହାକୁ ପ୍ରାୟ ୧୦୦,୦୦୦ ଲୋକ ଡାଉନଲୋଡ କରିସାରିଥିଲେ ।

କ୍ୟୁଆର ଆଣ୍ଡ ବାର କୋଡ ସ୍କାନର

ଏହି ଆପକୁ ୧୦,୦୦୦ ରୁ ୫୦,୦୦୦ ପର୍ଯ୍ୟନ୍ତ ୟୁଜର୍ସ ଡାଉନଲୋଡ କରିସାରିଥିଲେ ।

ସ୍ମାର୍ଟ କମ୍ପାସ

ଏହି କମ୍ପାସ ଆପକୁ ୫,୦୦୦ ଥର ଡାଉନଲୋଡ କରାଯାଇଛି ।

ସ୍ମାର୍ଟ କ୍ୟୁଆର ସ୍କାନର ଆଣ୍ଡ ଜେନେରେଟର

ଏହି ଆପକୁ ଖୁବ କମ ସଂଖ୍ୟାରେ ଡାଉନଲୋଡ କରାଯାଇଛି । ଏହାକୁ ୧୦୦୦ ଥର ଡାଉନଲୋଡ କରାଯାଇଛି । ଯଦି ଏଭଳି କୌଣସି ଆପକୁ ଆପଣ ନିଜ ଫୋନରେ ପ୍ରଶ୍ରୟ ଦେଇଛନ୍ତି ତେବେ ଯଥାଶୀଘ୍ର ଏହାକୁ ଅନଇନଷ୍ଟଲ କରନ୍ତୁ ।