ହାତମୁଠାରେ ବିଶ୍ୱ ! ଗୁଗୁଲ ଗାର୍ଲ ମେଘାଳୀ ମାଳବିକାଙ୍କ ମୁହଁରେ ଗ୍ଲୋବ୍

38

କନକ ବ୍ୟୁରୋ : ଗୁଗୁଲ ଗାର୍ଲଙ୍କ ମୁହଁରେ ଗ୍ଲୋବ୍ । ବିଶ୍ୱର ସବୁ ଦେଶ ଆଉ ତାର ରାଜଧାନୀ । ମନେରଖିଛନ୍ତି ହଜାର ହଜାର ସହର ନାଁ,ଏଥିସହ ନଦୀ ଏବଂ ତାର ଭୌଗଳିକ ସ୍ଥିତି ।  ଅନାୟାସରେ ଅନର୍ଗଳ ଭାବେ ସବୁ କହିପାରନ୍ତି ଏହି କୁନି ଝିଅ । ଏ’ହେଉଛନ୍ତି ଓଡିଶାର ଗୁଗୁଲ ଗାର୍ଲ ମେଘାଳୀ ମାଳବିକା ସ୍ୱାଇଁ ।

ବୟସ ମାତ୍ର ୧୦ବର୍ଷ । ଆଉ ଏହି ବୟସରେ ଇଣ୍ଡିଆନ୍ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ସେ । ରେକର୍ଡ ବୁକରେ ୩ଟି କାଟାଗୋରୀରେ ସ୍ଥାନ ପାଇବାକୁ ହୋଇଥିଲା ଟେଷ୍ଟ । ହଜାରେ ସହର, ହଜାରେ ନଦୀ ଏବଂ ହଜାରେଟି ଭୌଗଳିକ ସ୍ଥିତି କହିବାକୁ ମିଳିଥିଲା ୧୨ ମିନିଟ୍ ଲେଖାଁଏ ସମୟ, ହେଲେ ତାଠୁ କମ୍ ସମୟ ନେଇଥିଲେ ମେଘାଳି ।

ମେଘାଳିଙ୍କ ସ୍ମରଣ ଶକ୍ତି ବେଶ୍ ପ୍ରଖର । ଥରୁଟିଏ ପଢି ସବୁ ମନେରଖିପାରନ୍ତି । ଆଉ ତାଙ୍କର ଏହି ପ୍ରତିଭାରେ ବାପାମାଆ ବି ଗର୍ବିତ । କେହି କେହି ତାଙ୍କୁ କହୁଛନ୍ତି ସର୍ଚ୍ଚ ଇଂଜିନ୍ ।

ଇଣ୍ଡିଆନ ବୁକ୍ ଅଫ ରେକର୍ଡସ ପରେ ଏବେ ମେଘାଳୀଙ୍କ ଲକ୍ଷ୍ୟ ଲିମକା ବୁକ୍ ଅଫ ରେକର୍ଡସ ଏବଂ ଗିନିଜ ବୁକ୍ ଅଫ ରେକର୍ଡସ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହି ଗୁଗୁଲ ଗାର୍ଲ ।