ପ୍ରଥମ ଭ୍ୟାକୁମ୍ କ୍ଲିନର୍ ଉଦ୍ଭାବକଙ୍କୁ ଗୁଗୁଲ୍ ଡୁଡଲ୍ କରି ଜଣାଇଲା ଶୁଭେଚ୍ଛା ! ଆଜିର ଦିନରେ ପ୍ରସ୍ତୁତ ହୋଇଥିଲା ପ୍ରଥମ ଭ୍ୟାକୁମ୍ କ୍ଲିନର୍ ।

92

ଆଜି ଗୁଗୁଲ୍ ଡୁଡଲ୍ ଜରିଆରେ ବ୍ରିଟିସ୍ ଇଞ୍ଜିନିୟର୍ ହବର୍ଟ ସେସିଲ୍ ବୁଥଙ୍କ ୧୪୭ ତମ ଜନ୍ମଦିବସରେ ତାଙ୍କୁ ମନେ ପକାଇଛି । ସେ ଜଣେ ବ୍ରିଟିସ୍ ଇଞ୍ଜିନିୟର୍ ଥିବାବେଳେ ଅନେକ ଦ୍ରବ୍ୟ ଆବିଷ୍କାର କରିଥିଲେ । କିନ୍ତୁ ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଥମ ପାୱାର ଭ୍ୟାକୁମ୍ କ୍ଲିନର୍ ଖୁବ୍ ଲୋକପ୍ରିୟ ହୋଇଥିଲା ।

ଗୁଗୁଲ୍ ଯେଉଁ ଡୁଡଲ୍ ପ୍ରସ୍ତୁତ କରିଛି ସେଥିରେ ଆପଣ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ଚଟାଣ ସଫା କରୁଥିବା ବେଳେ ବାହାରେ ଗୋଟିଏ ଘୋଡା ଭ୍ୟାକୁମ୍ କ୍ଲିନର୍ ପାଖରେ ଠିଆ ହୋଇଛି ।

ଏବେ ଆସନ୍ତୁ ଜାଣିବା ହବର୍ଟ ସେସିଲ୍ ବୁଥଙ୍କ ବିଷୟରେ କିଛି ।

ହବର୍ଟ ସେସିଲ୍ ବୁଥଙ୍କ ଜନ୍ମ ୧୮୭୧ ମସିହା ଜୁଲାଇ ୪ ତାରିଖରେ ହୋଇଥିଲା । ହବର୍ଟ ସେସିଲ୍ ଭ୍ୟାକୁମ୍ କ୍ଲିନର୍ ପ୍ରସ୍ତୁତ କରିବା ପୂର୍ବରୁ ଏକ କ୍ଲିନର୍ ଥିଲା କିନ୍ତୁ ଏହା ଅଳିଆକୁ ଟାଣିବା ବଦଳରେ ଦୂରକୁ ପୋପାଡୁଥିଲା । ପରେ ସେ ଅଳିଆକୁ ନିଜ ଭିତରକୁ ନେଉଥିବା ଭଳି ଭ୍ୟାକୁମ୍ କ୍ଲିନରର ଉଦ୍ଭାବନ କଲେ । ସେ ଷ୍ଟିଲ୍ ରେଲୱେ ବ୍ରିଜ୍ ଠାରୁ ଆରମ୍ଭ କରି ଲଣ୍ଡନ ଆମ୍ୟୁଜମେଣ୍ଟ୍ ପାର୍କ ପର୍ଯ୍ୟନ୍ତ ସବୁର ଡିଜାଇନ୍ କାମ ହାତକୁ ଦେଇଥିଲେ । ପରମୁହୂର୍ତ୍ତରେ ସେ ଭ୍ୟାକୁମ୍ କ୍ଲିନର କମ୍ପାନୀର ଡାଇରେକ୍ଟର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ବୁଥଙ୍କ ନିଧନ ୧୪ ଫେବୃଆରୀ ୧୯୯୫ ମସିହାରେ ହୋଇଥିଲା ।