ବଲିଉଡ୍ ର ୧ ନଂ ଖଳନାୟକ ଅମରିଶ୍ ପୁରୀଙ୍କ ଜନ୍ମବାର୍ଷିକୀରେ ଡୁଡୁଲ୍ କରି ମନେ ପକାଇଲା ଗୁଗୁଲ୍ !

247

ବଲିଉଡ୍ ର ଚର୍ଚ୍ଚିତ ଚେହେରା ତଥା ଅଭିନେତା ଅମରିଶ୍ ପୁରୀଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଗୁଗୁଲ୍ ଡୁଡଲ୍ କରି ତାଙ୍କୁ ମନେ ପକାଇଛି । ଆପଣଙ୍କୁ କହିରଖୁଛୁ ଅମରିସ୍ ପୁରୀ ଭାରତୀୟ ସିନେମାର ସବୁଠାରୁ ପ୍ରତିଭାଶାଳୀ ଅଭିନେତାଙ୍କ ମଧ୍ୟରୁ ଜଣେ । ୨୨ ଜୁନ୍ ୧୯୩୨ ରେ ପଞ୍ଜାବର ଜଳନ୍ଧରରେ ଜନ୍ମ ହୋଇଥିବା ପ୍ରତିଭାଶାଳୀ ଅଭିନେତା ଅମରିଶ୍ ପୁରୀ ୧୯୬୭ ରେ ପ୍ରଥମ ମରାଠି ସିନେମା “ଶନ୍ତତୁ ! କୋର୍ଟ ଚାଲୁ ଆହେ” ରେ ନଜର ଆସିଥିଲେ । ବଲିଉଡରେ ସେ ୧୯୭୧ ମସିହାରେ “ରେଶମା ଓର୍ ସେରା” ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ ।

ଦର୍ଶକଙ୍କୁ ଅମରିଶ୍ ପୁରୀ ନକାରାତ୍ମକ ଚରିତ୍ରରେ ଖୁବ୍ ପସନ୍ଦ ଆସିଥିଲେ । ମିଷ୍ଟର ଇଣ୍ଡିଆ,କରଣ-ଅର୍ଜ୍ଜୁନ୍ ,ଗଦ୍ଦର ,ନାୟକ ,ଦାମିନୀ ,ତେହଲକା ,ବିଶ୍ୱାତ୍ମା ଭଳି ସୁପରହିଟ୍ ସିନେମାରେ ନେଗେଟିଭ୍ ରୋଲ୍ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରାଇଛନ୍ତି ଏହି କଳାକାର ।