ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଚିହ୍ନିପାରୁନି ଗୁଗୁଲ ! ସର୍ଚ୍ଚ କଲେ ମିଳୁଛି ନାଁ ଗୋଟିଏ , ଫଟୋ ଗୋଟିଏ । ଜାଣନ୍ତୁ ଅନ୍ୟ କେଉଁ କେଉଁ ମନ୍ତ୍ରୀଙ୍କୁ ଚିହ୍ନିପାରୁନି ଗୁଗୁଲ

45

କୌଣସି ବି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଲୋକମାନେ ଗୁଗୁଲ ସର୍ଚ୍ଚ କରିଥାନ୍ତି । କିନ୍ତୁ ଗୁଗୁଲରୁ ମିଳୁଥିବା ସବୁ ପ୍ରଶ୍ନର ଉତ୍ତର ଯେ ଠିକ୍ ଏକଥା ଭାବିବା ସମ୍ପୂର୍ଣ୍ଣ ଭାବେ ଭୁଲ । କାରଣ ଗୁଗୁଲ ଏମିତି କିଛି ପ୍ରଶ୍ନର ଉତ୍ତର ଭୁଲ ଦେଉଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଗତକାଲି ଅଥାର୍ତ ଏପ୍ରିଲ ୨୫ରେ ଲୋକମାନେ ଯେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବିଷୟରେ ଜାଣିବାକୁ ସର୍ଚ୍ଚ କରିବା ପରେ ଉତ୍ତର ଦେଖି ଚକିତ ହୋଇଯାଇଥିଲେ ।

ଗୁଗୁଲରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସର୍ଚ୍ଚ କରିବା ମାତ୍ରେ ପେଜରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନାଁ ଆସିଲା ସତ କିନ୍ତୁ ଫଟୋରେ ଥିଲେ ନରେନ୍ଦ୍ର ମୋଦି । ନାଁ ଓ ଫଟୋ ମଧ୍ୟରେ ଫରକ ଥିବାରୁ ଲୋକମାନେ କିଛି ସମୟ ପାଇଁ ଦ୍ୱନ୍ଦରେ ପଡିଥିଲେ । କାରଣ ନରେନ୍ଦ୍ର ମୋଦି ଏବେ ଭାରତର ପ୍ରଧାନମନ୍ତ୍ରୀ ରହିଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସଙ୍ଗେସଙ୍ଗେ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଥିଲା । ଗୁଗୁଲର ୱିକିପିଡିଆରେ ଏଭଳି ଉତ୍ତର ଦେଖାଉଥିଲା । ଜବାହାରଲାଲ ନେହେରୁଙ୍କ ବଦଳରେ ନରେନ୍ଦ୍ର ମୋଦିଙ୍କ ଫଟୋ ରହିବା ଅନେକଙ୍କୁ ଆଶ୍ଚଯ୍ୟ କରିଥିଲା । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋଦିଙ୍କ ଫଟୋକୁ ପରିବର୍ତ୍ତନ କରି ଜବାହାରଲାଲ ନେହେରୁଙ୍କ ଫଟୋ ରଖାଯାଇଛି ।

କେବଳ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଫଟୋ ନୁହେଁ ଅନ୍ୟ ପ୍ରଶ୍ନର ଉତ୍ତର ମଧ୍ୟ ଭୁଲ ଦେଇଛି ଗୁଗୁଲ । ଭାରତର ପ୍ରଥମ ଅର୍ଥମନ୍ତ୍ରୀଙ୍କ ବିଷୟରେ ସର୍ଚ୍ଚ କରିବା ଦ୍ୱାରା ଷଣମୁଖମ ସେଟ୍ଟିଙ୍କ ନାଁ ଆସୁଥିବା ବେଳେ ଫଟୋରେ ରହିଛନ୍ତି ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ଏହାଛଡା ପ୍ରଥମ ରକ୍ଷାମନ୍ତ୍ରୀ ଭାବେ ବଳଦେବ ସିଂହଙ୍କ ନାଁ ଥିବା ବେଳେ ଫଟୋରେ ରହିଛନ୍ତି ଏବେର ପ୍ରିତରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଏମାନଙ୍କ ବ୍ୟତୀତ ଗୃହମନ୍ତ୍ରୀଙ୍କ ଫଟୋରେ ମଧ୍ୟ ଭୁଲ ରହିଛି । ପ୍ରଥମ ଗୃହମନ୍ତ୍ରୀ ଭାବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାଁ ଥିବା ବେଳେ ଫଟୋରେ ରାଜନାଥ ସିଂହ ରହିଛନ୍ତି ।

pm-modiଗୁଗୁଲର ଏଭଳି ଭୁଲ ଭାରତ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଶ୍ୱର ୧୦ ବଡ ଅପରାଧୀଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିଲା । ସେତେବେଳେ ଗୁଗୁଲ କମ୍ପାନି କ୍ଷମା ପ୍ରାର୍ଥନା କରିଥିଲା ।