ଆପଣଙ୍କ ପାସୱାର୍ଡ ହ୍ୟାକ୍ ହୋଇଛି କି ନାହିଁ ଜାଣିବେ କିପରି? ଚିନ୍ତା କରନ୍ତୁ ନାହିଁ ଏବେ ପାସୱାର୍ଡ ହ୍ୟାକ୍ ହେଲେ ଗୁଗଲ୍ କ୍ରୋମ୍ ଦେବ ସୂଚନା।  

42

ଦୁନିଆର ସବୁଠାରୁ ଲୋକପ୍ରିୟ ବ୍ରାଉଜର୍ ମଧ୍ୟରେ ଗୁଗୁଲ୍ କ୍ରୋମ୍ ହେଉଛି ଅନ୍ୟତମ । ତେବେ ଏହି ବ୍ରାଉଜରର ଗୋଟିଏ ଏକ୍ସଟେନସନ୍ ଆପଣଙ୍କୁ ଭଲ ଲାଗିପାରେ । ଯାହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷା ଦେବାରେ ଆପଣଙ୍କୁ ସାହାଯ୍ୟ କରିବ । ଏହି ଏକ୍ସଟେନସନ୍ ଆପଣଙ୍କୁ ନିଜ ପାସୱାର୍ଡ କେବେ ପରିବର୍ତ୍ତନ କରିବେ ତାହାର ସୁଚନା ଆଗତ ଦେଇଥାଏ । ଏହି ଏକ୍ସଟେନସନର ନାଁ “ପାସ୍ ପ୍ରୋଟେକ୍ଟ” ଦିଆଯାଇଛି ଏବଂ ଏହା ଅନଲାଇନ୍ ମାଗଣାରେ ଉପଲବ୍ଧ ହୋଇଥାଏ ।

ପାସ୍ ପ୍ରୋଟେକ୍ଟ ଆପଣଙ୍କୁ ସତର୍କ କରାଇବ ଯେ ଆପଣଙ୍କ ପାସୱାର୍ଡ କୌଣସି ଅନ୍ୟ ସିଷ୍ଟମ ବା ସର୍ଭରରେ ଆକ୍ଟିଭ ଅଛି କି ନାହିଁ  । ଉଦାହରଣ ସ୍ୱରୂପ ଆମେ ବେଳେବେଳେ ଅଫିସ୍ କିମ୍ବା କୌଣସି ବନ୍ଧୁଙ୍କ ସିଷ୍ଟମରେ କାମ କଲା ବେଳେ ଭୁଲବଶତଃ ସିଷ୍ଟମରୁ ଲଗ୍ ଆଉଟ୍ କରିବା ଭୁଲିଯାଉ ଏବଂ ଘର ସିଷ୍ଟମରେ ଲଗ୍ ଇନ୍ କଲାବେଳେ ଏକ ଏକ୍ସଟେନସନ୍ ଆପଣଙ୍କୁ ସୂଚନା ଦେଇଥାଏ । ଏଭଳି ସ୍ଥିିତିରେ ଆପଣ ନିଜ ପୁରୁଣା ପାସୱାର୍ଡକୁ ପରିବର୍ତ୍ତନ କରି ନୂତନ ପାସୱାର୍ଡ ଦେଇପାରିବେ ।

ପାସ୍ ପ୍ରୋଟେକ୍ଟକୁ ବ୍ୟବହାର କରିବା ଅତି ସହଜ କାମ । ପାସ୍ ପ୍ରୋଟେକ୍ଟର ସବୁଠାରୁ ବଡ କଥା ହେଉଛି ଏହାର ପାସୱାର୍ଡକୁ ମନେ ନରଖି ମଧ୍ୟ ଏହାକୁ ସ୍କାନ୍ କରିହେବ । ଏହି ଏକ୍ସଟେନସନ୍ କେବଳ ଆପଣଙ୍କ ପାସୱାର୍ଡକୁ ସ୍କାନ୍ କରିଥାଏ ଏହା ପାସୱାର୍ଡକୁ ସେଭ୍ କରେନାହିଁ । ଏହାଦ୍ୱାରା ଆପଣଙ୍କ ଡାଟା ଲିକ୍ ହେବାର ଭୟ ଆଦୌ ରଖନ୍ତୁ ନାହିଁ ।

ଯଦି ଆପଣଙ୍କୁ ପାସୱାର୍ଡ ମନେ ରଖିବାରେ ଅସୁବିଧା ଉପୁଜୁଛି ତେବେ ଆପଣ LastPass Password Manage  ଆପକୁ ବ୍ୟବହାର କରିପାରିବେ ।