ଗୁଗୁଲ ଦେଉଛି ଆୟ କରିବାର ସୁଯୋଗ : ଜିତି ପାରିବେ ୨୨ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର

34

ସ୍ମାର୍ଟଫୋନରେ ମାଲୱେର ଆଟାକର ଖବର ପ୍ରାୟ ସମୟରେ ଶୁଣିବା ପାଇଁ ମିଳୁଛି । ଦିନକୁ ଦିନ ଏହି ବିପଦ ବଢ଼ିବାରେ ଲାଗିଛି । ୟୁଜରଙ୍କ ଫୋନରେ ନିଜର ବ୍ୟକ୍ତିଗତ ଡାଟା ଯେପରି ଫଟୋ, ଭିଡ଼ିଓ ଓ ଡକ୍ୟୁମେଂଟ ସେଭ ଥାଏ । ଏପରିସ୍ଥଳେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ଥାଏ । ଗୁଗଲ ପ୍ଲେ ଷ୍ଟୋରରେ ଏପରି ଆପ୍ ତାଏ ଯାହା ମାଲୱେର ଦ୍ୱାରା ପ୍ରଭାବିତ । ତେଣୁ ସିକ୍ୟୁରିଟି ଏକ୍ସପର୍ଟଙ୍କୁ ଆଣ୍ଡ୍ରଏଡ଼୍ ଆପରେ ଦୁର୍ବଳତା ଖୋଜିଥିଲେ ପୁରସ୍କାର ପ୍ରଦାନ କରୁଛି ଗୁଗୁଲ । ଏକ୍ସପର୍ଟଙ୍କୁ ଆପରେ ଥିବା ବଗ୍ ଖୋଜି ରିମୁଭ୍ କରିବା ପାଇଁ ପଡ଼ିବ । ଏଥିପାଇଁ ତାଙ୍କୁ ୧୦୦ରୁ ନେଇ ୩୧,୩୩୭ ଡଲାର ଅର୍ଥ ୨୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦିଆଯିବ ।

ସୂଚନା ଅନୁସାରେ ଗୁଗୁଲ ବଗ୍ ବାଉଂଟ ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଛି । ଏହି ପ୍ରୋଗ୍ରାମକୁ ଗୁଗୁଲ ୨୦୧୦ରେ ଉପସ୍ଥାପନ କରଥିଲ । ଏଥିପାଁଇ ଗୁଗଲ ହ୍ୟାକରନ୍ ସହ ଭାଗିଦାରୀ କରଛି । ସୂଚନାଯୋଗ୍ୟ ଏହା ଏକ ବଗ୍ ବାଉଂଟି ପ୍ରୋଗ୍ରାମ ମ୍ୟାନେଜମେଂଟ୍ ୱେବସାଇଟ୍ ଅଟେ । ହ୍ୟାକରନ୍ ଉକ୍ତ ଆପ୍ ଗୁଡ଼କିୁ ଟାର୍ଗେଟ କରେ, ଯେଉଁ ଗୁଡ଼ିକ ଭାଇରସ୍ ପ୍ରଭାବିତ ଥାଆନ୍ତି । ଏପରି ଆପ୍ ଡିଭାଇସରେ ଭାଇରସ୍ ଇନଷ୍ଟୋଲ କରେ । ଗୁଗଲ ପ୍ଲେଷ୍ଟୋ ରରେ ଆପ୍ ଓ ଗେମ୍ସର ପ୍ରୋଡ଼କ୍ଥଟ ମ୍ୟାଜେନମେଂଟର ନିର୍ଦ୍ଦେଶକ କହିଛନ୍ତି କୌଣସି ବି ସପ୍ଟୱେରେ କିମ୍ବା ଆପରେ ଥିବା ଦୁର୍ବଳତାକୁ ଖୋଜି ବାହାର କରିବା ପାଇଁ ପଡ଼ିବ । ଆଉ ଏହି ପ୍ରୋଗ୍ରାମା ଜରିଆରେ ଗୁଗଲ ପ୍ଲେଷ୍ଟୋରରେ ଥିବା ଆପ ଗୁଡ଼ିକ ଅଧିକ ସୁରକ୍ଷିତ ହୋଇଯିବ ।

ଏହା ସାଇବର ସିକ୍ୟୁରିଟି ପାଇଁ ସବୁଠାରୁ ବଡ଼ ପ୍ଲାଟଫର୍ମ । କେହି ବି ଏକ୍ସପର୍ଟ କୌଣସି ବି ଆପରେ ଦୁର୍ବଳତା ଖୋଜି ଡେଭଲପର ସହ ସମ୍ପର୍କ କରିପାରିବ । ଏହାପରେ ଡେଭଲପର ଦୁର୍ବଳତାକୁ ଠିକ କରିବାର ପାଇଁ କାକ କରିବ । ଆଉ ଦୁର୍ବଳତା ଖୋଜିଥିବା ଲୋକଙ୍କୁ ପୁରସ୍କାର ମିଳିବ ।