ରାୟଗଡା ଷ୍ଟେସନ ନିକଟରେ ଅଭାବନୀୟ ଘଟଣା ! ଗାର୍ଡ ୱାଗନ ଛାଡି ଇଞ୍ଜିନ ଛୁ
ରାୟଗଡା ଷ୍ଟେସନଠାରୁ ୫ ଶହ ମିଟର ଦୂରରେ ଘଟିଛି ଅଭାବନୀୟ ଘଟଣା
କନକ ବ୍ୟୁରୋ : ରାୟଗଡା ଷ୍ଟେସନଠାରୁ ୫ ଶହ ମିଟର ଦୂରରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ମାଲବାହୀ ଟ୍ରେନର ଗାର୍ଡ ୱାଗନ ଇଞ୍ଜିନରୁ ଅଲଗା ହୋଇଯାଇଛି। ରେଳ କର୍ତୃପକ୍ଷ ଅନ୍ୟ ଏକ ଇଞ୍ଜିନ୍ ମାଧ୍ୟମରେ ୱାଗନ୍କୁ ଷ୍ଟେସନ ଅଭିମୁଖେ ନେଇ ମାଲବାହୀ ଗାଡିରେ ସଂଯୋଗ କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ୧୨୦ଟି ୱାଗନକୁ ନେଇ ରାୟଗଡା ଅଭିମୁଖେ ବାହାରିଥିଲା ଡବଲ୍ ଡାଇମଣ୍ଡ ଟ୍ରେନ୍। ଅନ୍ୟ ମାଲବାହୀ ଟ୍ରେନ୍ ଗୁଡ଼ିକରେ ସାଧାରଣତଃ ୫୦ରୁ ୬୦ଟି ୱାଗନ ରହୁଥିବାବେଳେ ଏହି ଟ୍ରେନରେ ୧୨୦ଟି ୱାଗନ ରହିଥିଲା। ଏତେ ସଂଖ୍ୟକ ୱାଗନକୁ ପରିବହନ ପାଇଁ ଟ୍ରେନ ସମ୍ମୁଖ ଭାଗରେ ଦୁଇଟି ଇଞ୍ଜିନ୍ ଓ ମଧ୍ୟ ଭାଗରେ ଆଉ ଦୁଇଟି ଇଞ୍ଜିନ୍ ଲାଗିଥିଲା। ଶେଷରେ ଗାର୍ଡ ୱାଗନ୍ ରହିଥିଲା। ଟ୍ରେନଟି ରାୟଗଡା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ୫ ଶହ ମିଟର ଦୂରରେ ମଝିଘରିଆଣୀ ମନ୍ଦିର ନିକଟରେ ଗାର୍ଡ ୱାଗନ ଟ୍ରେନ୍ରୁ ବିଚ୍ଛିନ୍ନ ହୋଇଯାଇଥିଲା। କୌଣସି କାରଣବଶତଃ ଟ୍ରେନ୍ରୁ ଗାର୍ଡ ୱାଗନ ଅଲଗା ହେବା ପରେ ସଂଗେ ସଂଗେ ଗାର୍ଡ ଏ ସଂପର୍କରେ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରିବା ପରେ ଇଂଜିନିୟର ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପରେ ତ୍ରୁଟି ସଜଡ଼ା ଯାଇ ଆଉ ଏକ ଇଞ୍ଜିନ୍ ମାଧ୍ୟମରେ ଗାର୍ଡ ୱାଗନକୁ ମାଲବାହୀ ଟ୍ରେନରେ ସଂଯୋଗ କରାଯାଇଥିଲା। ଫଳରେ ରାୟଗଡା-ବିଶାଖାପାଟଣା ରୁଟରେ ଏକ ଘଣ୍ଟା ଧରି ରେଳଚଳାଚଳ ବନ୍ଦ ରହିଥିଲା।