ସାଧାରଣ ଲୋକଙ୍କ ପାଇଁ ଜିଏସଟି ! ଦେଖନ୍ତୁ କେଉଁ ଦ୍ରବ୍ୟ ଉପରେ ଦେବେ କେତେ ସେବା କର

78

ଜୁଲାଇ ୧ ରୁ ଲାଗୁ ହେବ ଜିଏସଟି । ଏଥିପାଇଁ ସବୁ ରାଜ୍ୟ ସହମତି ମଧ୍ୟ ପ୍ରକାଶ କରିଛନ୍ତି । ବହୁଳ ଜନତା ବ୍ୟବହାର କରୁଥିବା ଅଧିକାଂଶ ଉତ୍ପାଦର ମୂଲ୍ୟକୁ କମ୍ କରିବା ଲାଗି ଏହା ଏକକ କର । ଏବେ ନଜର ପକାନ୍ତୁ କେଉଁ ଦ୍ରବ୍ୟ ଉପରେ କେତେ ଦେବେ ଟିକସ ।

କେବଳ ୫% ଜିଏସଟି :
ଏହା ମଧ୍ୟରେ ରହିଛି ଚିନି, ଚା, ରୋଷ୍ଟେଡ୍ କଫି ବିନ୍ , ଖାଇବା ତେଲ, ସ୍କିମଡ ମିଲ୍କ ପାଉଡର୍ , ଶିଶୁମାନଙ୍କ ପାଇଁ ଦୁଗ୍ଧ ଖାଦ୍ୟ, ପ୍ୟାକ୍ ହୋଇଥିବା ପନିର୍ , କଟନ୍ ସୂତା, ଫେବ୍ରିକ୍, ଫୁଲ ଭରି ଝାଡୁ, ସରକଣ୍ଡା ଝାଡୁ, ଜୋତା (୫୦୦ଟଙ୍କା ପର୍ଯ୍ୟନ୍ତ), ନିୟୁଜ୍ ପ୍ରିଂଟ୍, ପିଡିଏସ୍ କିରୋସିନ୍, ଘରୋଇ ଏଲପିଜି, କୋଇଲା, ସୋଲାର୍ ଫଟୋଭୋଲଟାଇକ୍ ସେଲ୍ ଓ ମଡ୍ୟୁଲସ୍, କଟନ୍ ଫାଇବର୍, କପଡା (୧୦୦୦ଟଙ୍କା ପର୍ଯ୍ୟନ୍ତ)

୧୨ % ଜିଏସଟି :
ବଟର୍, ଘିଅ, ମୋବାଇଲ୍, କାଜୁ, ଆଲମଣ୍ଡ, ସାସେଜ୍, ଫ୍ରୁଟ୍ ଜୁସ୍ , ପଇଡ ପାଣି, ଧୂପକାଠି, ଛତା, କପଡା (୧୦୦୦ଟଙ୍କାରୁ ଅଧିକ)

୧୮% ଜିଏସଟି :
କେଶ ତେଲ, ସାବୁନ୍, ଟୁଥ୍ ପେଷ୍ଟ୍, କ୍ୟାପିଟାଲ୍ ଗୁଡ୍ସ, ଇଣ୍ଡଷ୍ଟ୍ରିଆଲ୍ ଇଂଟରମିଡିଆରି, ପାସ୍ତା, କର୍ଣ୍ଣ ଫ୍ଲେକ୍ସ, ଜାମ୍, ସୁପ୍, ଆଇସକ୍ରିମ୍, ଶୌଚାଳୟ ଓ ଫେସିଆଲ୍ ଟିସ୍ୟୁ, ଲୁହା ଓ ଇ୍ଳାତ, ଫାଉଂଟେନ୍ ପେନ୍, କମ୍ପ୍ୟୁଟର୍, ମନୁଷ୍ୟକୃତ ଫାଇବର୍, ଜୋତା – ଚପଲ (୫୦୦ ଟଙ୍କାରୁ ଅଧିକ)

୨୮% ଜିଏସଟି :
ଉପଭୋକ୍ତା ବସ୍ତୁ ,ସିମେଂଟ୍, ଚିଉଙ୍ଗ୍ ଗମ୍ , କଷ୍ଟାର୍ଡ ପାଉଡର୍ , ଅତର , ସାମ୍ପୁ, ମେକ୍ – ଅପ୍, ଆତଶବାଜି, ମୋଟର ସାଇକେଲ୍ ।

ଜିଏସଟିରୁ ମୁକ୍ତ ସାମଗ୍ରୀ :
ଖୋଲା ଖାଦ୍ୟ ଶସ୍ୟ, ଗୁଡ, ଦୁଗ୍ଧ, ଅଣ୍ଡା , ଦହି , ଲସି , ଖୋଲା ପନିର୍, ବିନା ମାର୍କା ପ୍ରାକୃତିକ ମହୁ, ତଟକା ପନି ପରିବା, ବିନା ମାର୍କା ଅଟା, ବିନା ମାର୍କା ବେସନ, ପ୍ରସାଦ, ସାଧାରଣ ଲୁଣ, ଗର୍ଭନିରୋଧକ, ସ୍ୱସ୍ଥ୍ୟ ସେବା, ଶିକ୍ଷା ସେବା, ଅପରିଷ୍କୃତ ଝୋଟ, ଅପରିଷ୍କୃତ ସିଲ୍କ