ଚାକିରିଆଙ୍କ ପାଇଁ ଖୁସି ଖବର: ଯଦି ଆପଣ ପାଉଛନ୍ତି ଏତିକି ଦରମା ତେବେ ପିଏଫ ଆକାଉଂଟ ଦେବ ଦେଢ କୋଟି ଟଙ୍କା

3,834

ବିଶେଷ କରି ଘରୋଇ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀମାନଙ୍କ ଦରମାରୁ ପ୍ରତି ମାସ ୧୨ ପ୍ରତିଶତ ଅର୍ଥରାଶି ପିଏଫ ବାବଦକୁ କାଟି ରଖିଥାନ୍ତି କଂପାନୀ ବା ସଂସ୍ଥା । ଆଉ ଏହି ଟଙ୍କାକୁ କର୍ମଚାରୀଙ୍କ ପିଏଫ ଫଣ୍ଡ ତଥା ପିଏଫ୍ ଆକାଉଂଟରେ ଜମା କରିଥାନ୍ତି । ଯଦି ଆପଣ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ସଦସ୍ୟ ଅଟନ୍ତି ତେବେ ଆପଣଙ୍କର ପିଏଫ ଆକାଉଂଟରେ ରିଟାୟରମେଂଟ ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଜମା ହୋଇପାରେ ।

ଯଦି ଆପଣଙ୍କ ବୟସ ୩୦ ବର୍ଷ ରହିଛି ଆଉ ଆପଣଙ୍କର ବେସିକ୍ ସାଲାରୀ ୨୦ ହଜାର ଟଙ୍କା ରହିଛି । ତେବେ ଯେତେବେଳେ ଆପଣ ଚାକିରିରୁ ଅବସର ନେବେ ସେତେବେଳେ ଆପଣଙ୍କର ପିଏଫ ଆକାଉଂଟରେ ପାଖାପାଖି ଦେଢ କୋଟି ଟଙ୍କା ହୋଇଯିବ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆପଣଙ୍କର ପିଏଫ ଆକାଉଂଟରେ କିଭଳି ଦେଢ କୋଟି ଟଙ୍କା ଆସିବ । ଧରି ନିଅନ୍ତୁ କୌଣସି ଇପିଏଫଓ ମେମ୍ବର୍ସଙ୍କର ବୟସ ୩୦ ବର୍ଷ ରହିଛି ଏବଂ ତାଙ୍କର ବେସିକ୍ ସାଲାରୀ ରହିଛି ୨୦ ହଜାର ଟଙ୍କା । ଯଦି ତାଙ୍କର ଦରମାରେ ବାର୍ଷିକ ହିସାବରେ ୮ ପ୍ରତିଶତ ଇନକ୍ରିଜ୍ ହୁଏ ତେବେ ତାଙ୍କର ରିଟାୟରମେଂଟ ବୟସ ୫୮ ବର୍ଷ ହେବ ।

Source:Livemint

ନିୟମ ଅନୁସାରେ, କର୍ମଚାରୀଙ୍କ ବେସିକ୍ ସାଲାରୀର ୧୨-୧୨ ପ୍ରତିଶତ କର୍ମଚାରୀ ଏବଂ କଂପାନୀର କଂଟ୍ରିବ୍ୟୁସନ ଆଧାରରେ ପିଏଫ ଆକାଉଂଟକୁ ଯାଇଥାଏ । ବର୍ତ୍ତମାନ ସମୟରେ ଇପିଏଫଓ ପିଏଫ ଡିପୋଜିଟ ଉପରେ ୮.୫୫ ପ୍ରତିଶତ ସୁଧ ଦେଉଛି । ଏହାକୁ ଆଧାର କରି ରିଟାୟରମେଂଟ ସମୟରେ ଇପିଏଫଓ ମେମ୍ବରଙ୍କ ପିଏଫ ଆକାଉଂଟରେ ପାଖାପାଖି ଦେଢ କୋଟି ଟଙ୍କା ହେବ ।