ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ? ତେବେ ଭୁଲରେ କରନ୍ତୁନି ଏପରି କାମ

80

ଅଧ୍ୟୟନରୁ ଜଣାପଡିଛି ବଡ଼ ଭାଇ ଭଉଣୀମାନେ ଅଧିକ ଗୁଣୀ ହୋଇଥିବା ସତ୍ତ୍ୱେ ସେମାନଙ୍କ ଠାରୁ ସାନମାନେ ବେଶି ଆଗକୁ ବଢ଼ିପାରନ୍ତି । କାହିଁକି ନାଁ, ସାନମାନେ ପାଠ ପଢ଼ା କିମ୍ବା କୌଣସି ବି କ୍ଷେତ୍ରରେ ନିଜ ମସ୍ତିଷ୍କ ସହ ବଡ଼ମାନଙ୍କ ଭାଇଭଉଣୀଙ୍କ ମସ୍ତିଷ୍କ ବି ବ୍ୟବହାର କରାଇ ଥାଆନ୍ତି । ଅଧିକାଂଶ ସମୟରେ ଦେଖିବାକୁ ମିଳେ ସାନ ଭାଇଭଉଣୀଙ୍କ ସଫଳତାରେ ବଡ଼ମାନେ ଖୁବ୍‌ ଗର୍ବ ଅନୁଭବ କରନ୍ତି । ଆପଣ ବି ଯଦି ଆପଣଙ୍କ ସାନ ଭାଇଭଉଣୀଙ୍କୁ ସ୍ନେହ କରନ୍ତି ଆଉ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତିତ ତେବେ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

୧. ସାନମାନଙ୍କ ସମ୍ମୁଖରେ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।

୨. ଖରାପ ସାଙ୍ଗମାନଙ୍କୁ ଘରକୁ ଆଣନ୍ତୁ ନାହିଁ ।

୩. ଗୁରୁଜନମାନଙ୍କୁ ଏପରି ସମ୍ମାନ ଦିଅନ୍ତୁ ଯେପରି ଆପଣଙ୍କ ସାନ ଭାଇଭଉଣୀ ଅନୁକରଣ କରିବେ ।

୪. ଭାଷାରେ ସଂଯମତା ରକ୍ଷା କରନ୍ତୁ ।

୫. ସଦାସର୍ବଦା ପରିବେଶକୁ ହସଖୁସି ରଖିବାକୁ ଚେଷ୍ଟା କରନ୍ତୁ । ସେମାନଙ୍କର ଉତ୍ତମ ଚରିତ୍ର ଗଠନ ସକାଶେ ଭଲ ପରିବେଶଟିଏ ନିଶ୍ଚୟ ସୃଷ୍ଟି କରନ୍ତୁ ।

୬. ଅନ୍ୟ ବିଷୟରେ ଚର୍ଚ୍ଚା ଘରେ କରନ୍ତୁ ନାହିଁ।

୭ . ସେମାନେ ଆସି ଶିକ୍ଷକ ଓ ସାଙ୍ଗମାନଙ୍କ ବିରୋଧରେ ଅଭିଯୋଗ କରୁଥିଲେ ସେମାନଙ୍କୁ ସମର୍ଥନ କରନ୍ତୁ ନାହିଁ।