ଭିଜିଲାନ୍ସ ସ୍କାନରରେ କଳାହାଣ୍ଡି ଗୋଲାମୁଣ୍ଡା କୃଷି ଅଧିକାରୀ ! ଘର ସମେତ ଧର୍ମଗଡ ଓ ଗୋଲାମୁଣ୍ଡ ଅଫିସରେ ରେଡ

23

କନକ ବ୍ୟୁରୋ : ଭିଜିଲାନ୍ସ ସ୍କାନରରେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୃଷି ଅଧିକାରୀ । କଳାହାଣ୍ଡି ଗୋଲାମୁଣ୍ଡା କୃଷି ଅଧିକାରୀ ନିହାର ନାୟକଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ବାସଭବନ ସମେତ ଏକକାଳିନ ୩ଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସର ୩ଟି ଟିମ । କଳାହାଣ୍ଡି ଘର ଏବଂ ଧର୍ମଗଡ ଓ ଗୋଲାମୁଣ୍ଡ କାର୍ଯ୍ୟାଳୟରେ ରେଡ କରିଛି ଭିଜିଲାନ୍ସ ଟିମ । ନିହାରଙ୍କ ଭଳି ଅନେକ କୋଟିପତି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡି ଜେଲ ଯାଇଛନ୍ତି ।