ଗୋଲଡେନ ବାବାଙ୍କ ବଢିଲା ଅଡୁଆ, ମିଳିଲାନି ଜାମିନ ।

66

କନକ ବ୍ୟୁରୋ : ଗୋଲଡେନ୍ ବାବାର ଜାମିନ ନାମଞ୍ଜୁର । କୋଟି କୋଟି ଟଙ୍କା ଠକେଇ ମାମଲାରେ ବିଚାରବିଭାଗୀୟ ହାଜତରେ ଥିବା ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ୍ ବାବାର ଜାମିନ ନାମଞ୍ଜୁର ହୋଇଛି । ଜାମିନ ଆବେଦନର ଶୁଣାଣି କରି ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏହି ଆଦେଶ ଦେବା ପରେ ବାବା ଝାରପଡା ଜେଲକୁ ଫେରି ଯାଇଛି । ଏହି ଶୁଣାଣି ପାଇଁ ଗତକାଲି ଗୋଲଡେନ ବାବାଙ୍କୁ ଜେଲରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପରେ ବାବାର ଅଡୁଆ ବଢ଼ିଛି ।

କ୍ରାଇମବ୍ରାଂଚ ମାମଲାର ଖୋଳତାଡ କରୁଛି । ଜାମିନ ମିଳିଲେ ସାକ୍ଷୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଜାମିନ ନାମଞ୍ଜୁର ହୋଇଛି । ବାବାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଇଓଡବ୍ଲୁ ଅଚଳ କରିଥିବାବେଳେ କେତେକ ଫିକ୍ସଡ ଡିପୋଜିଟ୍ ମଧ୍ୟ ଠାବ କରାଯାଇଛି । ବାର୍ଷିକ ହଜାରେ କୋଟିର କାରବାର ହେଉଥିବାର ନକଲି କାଗଜପତ୍ର ପ୍ରସ୍ତୁତ କରି ବାବା ଋଣ ଯୋଗାଇ ଦେବା ଆଳରେ ଆଗୁଆ କୋଟି କୋଟି ଟଙ୍କା ଠକି ନେଉଥିଲା । ଏଭଳି ନକଲି କାଗଜ ପତ୍ର ବଳରେ ବଡ ବଡ ବ୍ୟବସାୟୀଙ୍କୁ ଫସାଇ ଋଣ ଯୋଗାଇ ଦେବା ଆଳରେ ଆଡଭାନସ ତାରିଖ ଥିବା ଚେକ୍ ସଂଗ୍ରହ କରି ତାରିଖ ପୂର୍ବରୁ ଟଙ୍କା ଉଠାଇ ନେଉଥିଲେ । ଏଭଳି କୋଟି କୋଟି ଟଙ୍କା ଠକି ନେବାକୁ ପ୍ରସ୍ତୁତ ହୋଇଥିବା ଶତାଧିକ କାଗଜପତ୍ର ମଧ୍ୟ ଇଓଡବ୍ଲୁ ଜବତ କରିଛି ।

Comments are closed.