ସୁନା ସ୍ମଗଲିଂର ହବ ପାଲଟିଛି ରାଜଧାନୀ ଭୁବନେଶ୍ୱର ! ନିଆରା ଉପାୟରେ ଆସୁଥିଲା ସୁନା, କଷ୍ଟମ ଅଧିକାରୀଙ୍କ ସ୍କାନରରୁ ବଞ୍ଚିପାରିଲେନି ଚୋରାଚାଲାଣକାରୀ

34

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସୁନା ଓ ଟଙ୍କା ଜବତ କଲା କଷ୍ଟମ୍ସ ବିଭାଗ । ଏହାସହ କଟକ, କୋଲକାତା ଓ ଦିଲ୍ଲୀର ୪ଜଣ ଯାତ୍ରୀଙ୍କୁ ଅଟକ ରଖିଛନ୍ତି କଷ୍ଟମ୍ସ ବିଭାଗର ଅଧିକାରୀ । ଏହି ସମସ୍ତ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲେ । ସେମାନଙ୍କ ଠାରୁ ମୋଟ ୨୨ଲକ୍ଷ ୨୩ ହଜାର ୩୫ଟଙ୍କାର ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗତ କିଛି ମାସ ଭିତରେ ଭୁବନେଶ୍ୱରର ବିମାନ ବନ୍ଦରରୁ ଏକାଧିବାର ସ୍ମଗଲିଙ୍ଗ ହେଉଥିବା ସୁନା ଓ ସୁନା ବିସ୍କୁଟ ଜବତ ହୋଇଛି ।

ଏବେ କଟକର ଜଣେ ବ୍ୟକ୍ତି ଏଭଳି ସୁନା ନେଇ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡିଛନ୍ତି । ଏଣୁ ସ୍ମଗଲରଙ୍କ ଟାର୍ଗେଟରେ ଓଡିଶାର ସୁନା ବଜାର ଥିବା ସନ୍ଦେହ ବଢିଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ବିଦେଶୀ ସୁନା ଗୁଡିକୁ ଚାଲଣ କରିବା ବେଳେ ଏହାର ରଙ୍ଗ ଓ ଆକ୍ରୁତି ବଦଳାଇ ଦିଆଯାଇଛି । ଏମିତିକି ଏହାକୁ ଚାବି ଓ ରୂପା ମୁଦିର ଆକାର ଦେଇ ଏହି ସନ୍ଦିଗ୍ଧମାନେ ଚାଲାଣ କରୁଥିବା ଜଣାପଡିଛି ।