ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ୨୮୩ ଗ୍ରାମର ସୁନା: ଯାତ୍ରୀଙ୍କ ସାର୍ଟ ବୋତାମରେ ହେଉଥିଲା ଲକ୍ଷାଧିକ ଟଙ୍କାର ସୁନା ଚାଲାଣ

ବ୍ୟାଙ୍କକରୁ କୋଲକତା ଭାୟା ଭୁବନେଶ୍ୱର

148

କନକ ବ୍ୟୁରୋ : ଭୁବନେଶ୍ୱର ପାଲଟିଛି ସୁନା ସ୍କଗଲରଙ୍କ ପେଣ୍ଠସ୍ଥଳୀ । ଆଜି ବିମାନବନ୍ଦରରୁ ପୁଣି ୨୮୩ ଗ୍ରାମର ସୁନା ଜବତ ହୋଇଛି । ଯାତ୍ରୀଙ୍କ ସାର୍ଟ ବୋତାମରେ ଏହି ସୁନା ଆସୁଥିଲା ।

ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ । ବ୍ୟାଙ୍କକରୁ କୋଲକତା ଆସୁଥିବା ଜଣେ ଯାତ୍ରୀଙ୍କ ବୋତାମରେ ସୁନା ସ୍ମଗଲିଂ ହେଉଥିଲା ।  ପୁଲିସ ସୁନା ଜବତ କରିବା ସହ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଗତ ଦୁଇ ଦିନ ତଳେ ମଧ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୧ କିଲୋ ସୁନା ଜବତ କରିଥିଲା ପୁଲିସ ।ମହାରାଷ୍ଟର ମହିଳା ଜଣକ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବିମାନରେ ଚଢ଼ିଥିଲେ। ସେ ୮ ଖଣ୍ଡ ବିସ୍କୁଟ ସୁନା ସାଥିରେ ନେଇ ଆସିଥିଲେ, ଯାହାର ଓଜନ ୯୫୯ ଗ୍ରାମ ଏବଂ ବଜାର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ। ମହିଳା ଜଣକ ୧୨୨ ପ୍ୟାକେଟ ସିଗାରେଟ ମଧ୍ୟ ସାଥୀରେ ଆଣିଥିଲେ।ସୂଚନାଯୋଗ୍ୟ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ କରିବା ପରେ ଗତ କିଛି ମାସ ହେବ ସୁନା ତସ୍କରୀ ମାମଲା ଅନେକ ସମୟରେ ଦେଖାଯାଉଛି। ଭାରତୀୟ ବଜାର ତୁଳନାରେ ବ୍ୟାଙ୍କକରେ ସୁନା ଦର କମ ଥିବାରୁ କିଛି ଯାତ୍ରୀ ଫେରିବା ସମୟରେ ସେଠାରୁ ସୁନା ଆଣିବା ପାଇଁ ବିଭିନ୍ନ ପ୍ରକାର ଉପାୟ ବାହାର କରୁଛନ୍ତି।