ବିକ୍ରି ହେଉଛି ମୋଦି ଓ ଯୋଗୀଙ୍କ ଫଟୋଥିବା ସୁନା ରାକ୍ଷୀ ! ୫୦,୦୦୦ ରୁ ୭୦,୦୦୦ ପର୍ଯ୍ୟନ୍ତ ରହିଛି ମୂଲ୍ୟ

68

ଆସନ୍ତାକାଲି ଭାଇ-ଉଭଣୀଙ୍କ ପବିତ୍ର ପର୍ବ ରାକ୍ଷୀପୂର୍ଣ୍ଣିମା । ତେବେ ଚଳିତ ବର୍ଷ ରାକ୍ଷୀ ଉପରେ ଜିଏସଟି ଲାଗିବନି ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସଂସ୍କୃତି ଓ ପରମ୍ପରାରେ ଏହି ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଭାଇର ଶୁଭମନାସି ଉଭଣୀ ଏହି ଦିନରେ ଭାଇ ହାତରେ ରାକ୍ଷୀ ବାନେ୍ଧ । ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାଏ । ଭାଉ-ଉଭଣୀଙ୍କ ସମ୍ପର୍କ ବେଶ୍ ନିଆରା । ଯେତେ ମାଡ଼ଗୋଳ ଆଉ ମନୋମାଳିନ୍ୟ ହେଲେ ମଧ୍ୟ ଉଭୟ ଉଭୟଙ୍କ ସମ୍ପର୍କର ମହତ୍ୱ ବୁଝନ୍ତି ।

ତେବେ ରାକ୍ଷୀପୂର୍ଣ୍ଣିମା ପାଇଁ ସାରା ଦେଶରେ ସୁନ୍ଦର ସୁନ୍ଦର ରାକ୍ଷୀ ବିକ୍ରି ହେଉଛି । ସେପଟେ ଗୁଜରାଟର ଏକ ସହରରେ ଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେଉଛି । ଏଠାରେ ଜଣେ ଗହଣା ଦୋକାନୀ ସୁନାରେ ରାକ୍ଷୀ ତିଆରି କରିଛନ୍ତିି । ଏହି ରାକ୍ଷୀରେ ଅନେକ ରାଜନେତାଙ୍କର ଫଟୋ ମଧ୍ୟ ଲଗାଯାଇଛି ।

ସୂଚନା ଅନୁସାରେ ସୁରଟର ଜଣେ ଗହଣା ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଦୋକାନୀ ସୁନାରେ ରାକ୍ଷୀରେ ତିଆରି କରିଛନ୍ତି । ଏହି ରାକ୍ଷୀ ଗୁଡ଼ିକ ଉପରେ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଲାଗିଛି । କିଛି ରାକ୍ଷୀରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ଫଟୋ ମଧ୍ୟ ଲାଗିଛି । ୨୨ କ୍ୟାରେଟ ଗୋଲ୍ଡରେ ତିଆରି ହୋଇଛି ରାକ୍ଷୀ । ପ୍ରାୟ ୫୦ ଟି ଏପରି ରାକ୍ଷୀ ତିଆରି କରିଛନ୍ତି ଗହଣା ଦୋକାନୀ । ସେଥିରୁ ୪୭ ଟି ରାକ୍ଷୀ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି । ଏହି ରାକ୍ଷୀ ଗୁଡ଼ିକର ମୂଲ୍ୟ ୫୦,୦୦୦ରୁ ୭୦,୦୦ ପର୍ଯ୍ୟନ୍ତ ରହିଛି ।

ସୁନା ରାକ୍ଷୀ ଦୋକାନରେ ଭଉଣୀଙ୍କର ଭିଡ଼ ମଧ୍ୟ ଜମିଛି । ସୁନାର ରାକ୍ଷୀ କିଣିବା ପାଇଁ ଭଉଣୀମାନେ ପହଞ୍ଚି ଯାଇଛନ୍ତି ଗହଣା ଦୋକାନ । ଜଣେ ଯୁବତୀଙ୍କ କହିବା ଅନୁସାରେ ମୋଦି ଫଟୋ ଥିବା ରାକ୍ଷୀ ପିନ୍ଧିଲେ ତାଙ୍କ ଭାଇ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱ ହେବା ପାଇଁ ପ୍ରେରଣା ପାଇବେ ।