ବାହା ବଜାରରେ ମହଙ୍ଗା ହେଲା ସୁନାଦର : ଦୀର୍ଘ ୨ବର୍ଷ ପରେ ୩୦ ହଜାର ଟପିଲା ରେଟ୍

18

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ୨ ବର୍ଷରେ ପରେ ୩୦ ହଜାର ଟପିଲା ସୁନା ଦର । ଆର୍ନ୍ତଜାତୀୟ ବଜାରରେ ସୁନାର ଦାମ ବଢ଼ିଥିବା ବେଳେ ବିଦେଶୀ ମୁଦ୍ରାର ଅବମୁଲ୍ୟାୟନ ଭାରତୀୟ ସୁନା ବଜାରକୁ ପ୍ରଭାବିତ କରିଛି ।

ରାଜଧାନୀ ଭୁବନେଶ୍ୱରରେ ବିଗତ ୨ ଦିନ ମଧ୍ୟରେ ସୁନାର ଦାମ ପ୍ରାୟ ୭ଶହ ଟଙ୍କା ବଢ଼ିଛି । ୨୯ ହଜାର ୫ଶହ ଟଙ୍କାରେ ବିକ୍ରି ହେଉଥିବା ୧୦ ଗ୍ରାମ ସୁନାର ଦର ବର୍ତମାନ ପହଂଚିଛି ୩୦ ହଜାର ୧୮୦ ଟଙ୍କାରେ । ଆଗକୁ ଦର ଉପରେ ନିୟନ୍ତ୍ରଣ ନେଇ କୌଣସି ଆକଳନ ହୋଇପାରିନଥିବା ବେଳେ ସେଲ୍ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ବ୍ୟବସାୟୀ କହିଛନ୍ତି ।

ସୁନା ଭଳି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ରୂପା ଦର କେଜି ପ୍ରତି ୨୫୦ ଟଙ୍କା ବୃଦ୍ଧି ପାଇ ୪୧ ହଜାର, ୮୫୦କୁ ପହଂଚିଛି । ୨୦୧୪ ଡିସେମ୍ବର ପରେ ଏଭଳି ଭାବେ ରୂପା ଦରରେ ବଡ ଧରଣର ପରିବର୍ତନ ଆସିଛି । ବର୍ତମାନ ବାହାଘର ଋତୁ ଥିବା ବେଳେ ସୁନା ଓ ରୂପା ଦର ବୃଦ୍ଧି ପାରିଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତେଷ ପ୍ରକାଶ ପାଇଛି ।

ତେବେ ଦୀର୍ଘ ୨ ବର୍ଷରେ ପରେ ୩୦ ହଜାର ଟପିଲା ସୁନା ଦର । ହଠାତ୍ ସୁନାର ଏହି ଦରବୃଦ୍ଧି ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ବ୍ୟତିତ କରିଛି ।