ଏକ୍ସପ୍ରେସରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଜବତ । କୋଣାର୍କ ଏକ୍ସପ୍ରେସରେ ବିଶାଖାପାଟଣାରୁ ଭୁବନେଶ୍ୱର ଫେରୁଥିବାବେଳେ ଯୁବତୀଙ୍କଠାରୁ ହୋଇଥିଲା ଲୁଟ୍

36

କନକ ବ୍ୟୁରୋ: କୋଣାର୍କ ଏକ୍ସପ୍ରେସରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାରକୁ ଜବତ କରିଛି ଭୁବନେଶ୍ୱର ଆରପିଏଫ । କୋଣାର୍କ ଏକ୍ସପ୍ରେସରେ ବିଶାଖାପାଟଣାରୁ ଭୁବନେଶ୍ୱର ଫେରୁଥିବାବେଳେ ଯୁବତୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିଲା ।

ବିବାହର ଦୁଇଦିନ ପୂର୍ବରୁ ଏହି ଗହଣା ଲୁଟ୍ ହୋଇଥିଲା । ମୋଟ ୧୫ ଭରି ସୁନା ରୂପା ଲୁଟ୍ ହୋଇଥିବା ଜଣାପଡିଥିଲଆ । ଲୁଟେରା ରବି ହରିଚନ୍ଦନକୁ ଆରପିଏଫ କାବୁ କରିଛି । ରବି ଅଳଙ୍କାରକୁ ଲୁଟ୍ କରିବା ପରେ ଫେରାର ହୋଇଯାଇଥିଲା । ଏ ନେଇ ସଂପୃକ୍ତ ଯୁବତୀ ଦିବ୍ୟା ରେଡ୍ଡୀ ଆରପିଏଫରେ ଅଭିଯୋଗ କରିଥିଲେ ।