ଏହି ଗୋଲ୍ଡ ମେଡାଲିଷ୍ଟ ବକ୍ସର ଖେଳ ଭଳି ନିଜ ବିବାହରେ ମଧ୍ୟ ସୃଷ୍ଟି କଲେ ଉଦାହରଣ : ତାଙ୍କ ବିବାହରେ କଲେ ଏମିତି କାମ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

63

ଅଲମ୍ପିଆନ୍ ଓ ସ୍ୱର୍ଣ୍ଣ ବିଜେତା ମୁଷ୍ଟିଯୋଦ୍ଧା ମନୋଜ କୁମାର ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେ କୁରୁକ୍ଷେତ୍ରର ମଥାନା ଗାଁର ନେହାଙ୍କ ସହ ବିବାହ ସୂତ୍ରରେ ବାନ୍ଧି ହୋଇଯାଇଛନ୍ତି । ମନୋଜ ଖେଳ ଭଳି ନିଜ ବିବାହରେ ମଧ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ତାଙ୍କ ବିବାହରେ ଏମିତି ଯୌତୁକ ନେଇଛନ୍ତି ଯେ, ସମଗ୍ର ଅଂଚଳରେ ଏହାର ଚର୍ଚ୍ଚା ହେଉଛି । ମନୋଜ ଓ ତାଙ୍କ ପରିବାର ଯୌତୁକରେ ଗୋଟିଏ ମୁଠା ଚାଉଳ ନେଇଛନ୍ତି ।

ମନୋଜଙ୍କ ବରଯାତ୍ରୀରେ ଦେଶର ଖେଳ ଜଗତର ଜଣାଶୁଣା ଲୋକ ସାମିଲ ହୋଇଥିଲେ । ଏଥିରେ ସାମିଲ ହୋଇଥିବା ଖେଳାଳୀଙ୍କ ମଧ୍ୟରେ ନୀରଜ ଚୋପଡା, ବକ୍ସର ଜିତେନ୍ଦ୍ର, ଏସିଆନ୍ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ବକ୍ସର ଅମିତ ପଙ୍ଘାଲ, ବକ୍ସର ଧୀରଜ ସହିତ ପୁଣ୍ଡରୀ ବିଧାୟକ ତେଜବୀର ସିଂହ ମଧ୍ୟ ସାମିଲ ଥିଲେ । ଏମାନେ ସାମିଲ ହୋଇ ବର-ବଧୁଙ୍କୁ ଶୁଭକାମନା ଜଣାଇଲେ ଓ ଗୁରୁଜନ ମାନେ ଉଭୟଙ୍କୁ ଆଶୀର୍ବାଦ ଦେଲେ ।

ବିବାହରେ ଅଭିନବ ଯୌାତୁକ ନେବା ବିଷୟରେ ପଚାରିବାରୁ ମନୋଜଙ୍କ ବଡ ଭାଇ ରାଜେଶ କୁମାର କହିଲେ କି, ନିଜ ଝିଅଙ୍କୁ ନିଜେ ବଂଚାଇବାକୁ ପଡିବ । ଯୌତୁକ ଭଳି କୁପ୍ରଥାକୁ ସମାଜରୁ ଦୂର କରିବାକୁ ହେବ ଓ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଦେବାକୁ ପଡିବ । ଏମିତି କଲେ ହିଁ ବେଟି ବଚାଓ ବେଟି ପଢ଼ାଓ ନାରା ସଫଳ ହେବ ।