ମିଠା ସହ ଦେଢ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଗଲା ବଳଦ । ୮ ଦିନ ଅପେକ୍ଷା କରିବା ପରେ ବି ଗୋବରରୁ ବାହାରିଲାନି ମଙ୍ଗଳସୂତ୍ର, ଏମିତି ଉପାୟ ଆପଣାଇଲେ ମାଲିକ ।
ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ପୋଲା ପର୍ବ ପାଳନ କରାଯାଇଥାଏ । ଏହି ପର୍ବରେ ବଳଦମାନଙ୍କୁ ସଜା ଯାଇ ଗାଁ ଗାଁ ବୁଲା ଯାଇଥାଏ ଏବଂ ସେମାନଙ୍କ ପୂଜା କରାଯାଇଥାଏ । ଏହି ପୂଜା ସମୟରେ ଘଟିଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂଜା ସମୟରେ ଏକ ବଳଦ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଗିଳି ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ଏହାକୁ ଫେରିବା ପାଇବା ପାଇଁ ମାଲିକ କରିଥିବା କାମ । ୯ଦିନ ମଧ୍ୟରେ ବଳଦ ପେଟରୁ ମଙ୍ଗଳସୂତ୍ର ନ ବାହାରିବାରୁ ବଳଦର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମହାରାଷ୍ଟ୍ରର ଅହମଦନଗରରେ ଜଣେ କୃଷକ ପୋଲା ଅବସରରେ ନିଜ ବଳଦକୁ ସଜାଇବା ସହ ପୂରା ଗାଁରେ ବୁଲାଇଥିଲେ । ଗାଁରୁ ପୂଜା ସାରି ନିଜ ଘରେ କୃଷକଜଣକ ପୂଜା ଆରମ୍ଭ କରିବା ସମୟରେ ତାଙ୍କ ପତ୍ନୀ ପୂଜା ଥାଳିରେ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ରଖିଥିଲେ । ଏହି ସମୟରେ ବିଜୁଳି ଚାଲିଯିବାରୁ ବଳଦଟି ମିଠା ସହ ମଙ୍ଗଳସୂତ୍ରକୁ ଖାଇଦେଇଥିଲା । ପରେ ଗୋବରରେ ମଙ୍ଗଳସୂତ୍ର ବାହାରିବ ବୋଲି ଭାବି କୃଷକଜଣକ ୮ ଦିନ ପର୍ଯ୍ୟନ୍ତ ଗୋବରରେ ମଙ୍ଗଳସୂତ୍ର ଖୋଜିଥିଲେ । କିନ୍ତ ୮ଦିନ ବିତିଯିବା ପରେ ମଧ୍ୟ ଗୋବରରେ ମଙ୍ଗଳସୂତ୍ର ନ ଆସିବାରୁ କୃଷକଜଣକ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଏହା ପରେ ଅସ୍ତ୍ରୋପଚାର କରାଯାଇ ବଳଦ ପେଟରୁ ମଙ୍ଗଳସୂତ୍ର ବାହାର କରାଯାଇଥିଲା ବୋଲି ଜଣାପଡ଼ିଛି ।