ଟ୍ରେନ ଯାତ୍ରୀଙ୍କ ଠାରୁ ୭୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ ! ଖୋର୍ଦ୍ଧାରୋଡ ରେଳ ଷ୍ଟେସନଠାରେ ଗୌହାଟୀ-ଚେନ୍ନାଇ ଏକ୍ସପ୍ରେସରୁ ଜବତ

21

କନକ ବ୍ୟୁରୋ : ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ସୁନା ବିସ୍କୁଟ ଜବତ । ଜଣେ ଯାତ୍ରୀଙ୍କ ଠାରୁ ୧୫ଟି ସୁିନା ବିସ୍କୁଟ ଜବତ କରାଯାଇଛି । ଗୌହାଟୀ – ଚେନ୍ନାଇ ଏକ୍ସପ୍ରେସରେ ଯାଉଥିବା ସମ୍ପୃକ୍ତ ଯାତ୍ରୀଙ୍କ ଠାରୁ ସୁନା ସ୍ମଗଲିଂ ହେଉଥିବା ସନ୍ଦେହରେ ଏହି ସୁନା ବିସ୍କୁଟ ଜବତ କରାଯାଇଛି । ଜବତ କରାଯାଇଥିବା ସୁନାର ମୂଲ୍ୟ ୭୬ଲକ୍ଷ ୫୯ହଜାର ୫୭୮ଟଙ୍କା ହେବ ବୋଲି ଜଣାପଡିଛି ।