କିଣୁଛନ୍ତି ସୁନା, ପିନ୍ଧୁଛନ୍ତି ଇମିଟେସନ୍

53

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପରମ୍ପରା ଓ ବିଶ୍ୱାସ ଆଧରରେ ରାଜଧାନୀରେ ଜମିଛି ଗହଣା ମାର୍କେଟ୍ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଗୃହକୁ ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ବୋଲି ବିଶ୍ୱାସ ଥିବାରୁ ଲୋକେ ଆଦରରେ ଗହଣା କିଣିଛନ୍ତି । ଗତବର୍ଷ ତୁଳନାରେ ସୁନା ଓ ରୂପାର ଦାମ ବି ବଢ଼ିଛି । ହେଲେ ବିଶ୍ୱାସ ଆଗରେ ଯେମିତି ଫିକା ପଡ଼ିଛି ସୁନାର ଦାମ ।

ଶୁଭ କାମନା କରି ସୁନା ରୂପା ତ କିଣି ଦିଅନ୍ତି, ହେଲେ ଏହାକୁ ପିନ୍ଧି ବାହାରକୁ ଯିବାରେ ସୁରକ୍ଷିତ ମଣୁ ନାହାନ୍ତି ମହିଳା । ତେଣୁ ସୁନା ରୂପା ଅଳଙ୍କାର ବଦଳରେ ଇମିଟେସନ୍ ପିନ୍ଧିବାକୁ ବେଶ ପସନ୍ଦ କରୁଛନ୍ତି । ତାକୁ ଘରେ କିମ୍ବା ବ୍ୟାଙ୍କରେ ସୁରକ୍ଷିତ ରଖି ଇମିଟେସନ୍ ପିନ୍ଧୁଛନ୍ତି । ଅକ୍ଷୟ ତୃତୀୟାରେ ସୁନା ଗହଣା ଓ ଇମିଟେସନ୍ ମଧ୍ୟରେ ଏକ ସମନ୍ୱୟ ରଖିଛନ୍ତି ଆଜିର ମହିଳା । ସୁନା କିଣି ପରମ୍ପରା ବଜାୟ ରଖିଲେ ଏବଂ ଇମିଟେସନ୍ ପିନ୍ଧି ସୁରକ୍ଷିତ ବି ରହିଲେ ।