ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା ! ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ଗୋଲକ ଓ ଭୃଗୁ ବକ୍ସିପାତ୍ର

239

କନକ ବ୍ୟୁରୋ : ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଇକୋର୍ଟ ଗଲେ ବିଜେପିର ଦୁଇ ନେତା । ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ ପାଖରେ ହାଜର ପାଇଁ ଏହି ଦୁଇ ନେତାଙ୍କୁ ନୋଟିସ କରିଛି ବ୍ରହ୍ମପୁର ପୁଲିସ । ଗତ ୨୯ ତାରିଖରେ ହୋଇଥିବା ନୋଟିସରେ ଫେବୃଆରୀ ୭ ତାରିଖରେ ପୁଲିସ ପାଖରେ ହାଜର ପାଇଁ ଗୋଲକଙ୍କ ଡକାଯାଇଥିଲା । ଏବଂ ୯ ତାରିଖରେ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ନୋଟିସ୍ ହୋଇଥିଲା ।

ତେବେ ଗତକାଲି ପୁଲିସ ପାଖରେ ହାଜର ହୋଇନାହାନ୍ତି ଗୋଲକ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ ୧ ମାସ ସମୟ ମାଗିଛନ୍ତି ଗୋଲକ ମହାପାତ୍ର । ସେପଟେ ଆସନ୍ତାକାଲି ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ନୋଟିସ କରାଯାଇଥିବା ବେଳେ ଏହି ଦୁଇ ନେତା ହାଇକୋର୍ଟରେ ଆଗୁଆ ଜମିନ ପାଇଁ ଆବେଦନ କରିଛନ୍ତି ।